ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ୨ବର୍ଷ ଧରି ୨୪ଟିକିଆ ବଣୁଆ ହାତୀପଲ ଆତଙ୍କ ସୃଷ୍ଟି କରୁଥିବା ବେଳେ ଚାଷୀମାନେ ତ୍ରାହି ତ୍ରାହି ଡାକୁଛନ୍ତି। ରାତ୍ରି ରେ ଏହି ବଣୁଆ ହାତୀପଲ ହଳଦୀ ପଞ୍ଚାୟତ ନିକଟବର୍ତ୍ତୀ ପାତଲପଡା, ଗ୍ରାମର ଚାଷୀ ରଘୁନାଥ ରଣା ପି-ଦନାର ରଣା ଙ୍କ ଧାନ ଖଳାରେ ଥିବା ୧୦୦ ବସ୍ତା ରୁ ବେଶୀ ଧାନ କୁ ସମ୍ପୁର୍ଣ୍ଣ ଖାଇ ରୁଚି ଦଳି ଦେଇଥିଲେ। ସେହିପରି ଡଙ୍ଗରପଡ଼ା ଗ୍ରାମର ପୂର୍ଣାନନ୍ଦ କମ୍ପ ଙ୍କ ବହୁ ଧାନ ଗଛ ଓ କଦଳୀ ଗଛ ଓ ଆମ୍ବ ଗଛ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଅନେକ ଚାଷୀ ଙ୍କ ଧାନ ଫସଲ ନଷ୍ଟ କରିଥିବା ଚାଷୀ ମାନେ ଅଭିଯୋଗ କରି କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି।ଏହି ୨୪ଟିକିଆ ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ବେଲେ ଚାଷୀ ଙ୍କ ସୋଲାର ବୋରୱଲ ର ପ୍ୟାନେଲ ଭାଙ୍ଗୁଥିବା ବେଲେ ପ୍ରବଳ ଗ୍ରୀଷ୍ମ ରେ ବହୁ କଷ୍ଟରେ କରିଥିବା ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି।ଆଉ ବେଲେ ବେଲେ ଗାଁ ଭିତରକୁ ପଶିଆସି ଆତଙ୍କ ମଧ୍ୟ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି।ଏ ନେଇ ମୁରିବାହାଲ ଫରେଷ୍ଟର ଧୃବଚରଣ ବଗର୍ତ୍ତୀ ଙ୍କୁ ପଚାରିବାରୁ ଚାଷୀ ଙ୍କୁ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ଓ ଫରେଷ୍ଟର ଧୃବଚରଣ ବଗର୍ତ୍ତୀ ଙ୍କ ଆଦେଶକ୍ରମେ ଦୁଇଜଣ ଆଇ,ପି,ସି,ଇ,ଏ, କ୍ୱାଡ କର୍ମଚାରୀ, ଗୁଣନିଧି ପୁଟେଳ ଓ ଶୁନିଳ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।





