ଟିକ୍ରାପଡ଼ା, ଜୁରାବନ୍ଧ, ଝିଙ୍କିଡୁଙ୍ଗୁରି, କରମତଲା ପଞ୍ଚାୟତରେ ସାବିତ୍ରୀ ବ୍ରତ ପାଳିଲେ ସଧବା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରି, ଜୁରାବନ୍ଧ, କରମତଲା ଆଦି ପଞ୍ଚାୟତ ଅଞ୍ଚଳରେ ହର୍ଷ ଉଲ୍ଲାସର ସହ ସଧବା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି | ମହିଳାମାନେ ପ୍ରତ୍ୟୁଷରେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ ପୂର୍ବକ ଉପବାସ ରଖିଥିଲେ | ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣ ଏବଂ ମା’ ସାବିତ୍ରୀଙ୍କ ପୂଜା କରିବା ସହ ସ୍ୱାମୀଙ୍କ ସୁସ୍ଥତା ଏବଂ ଦୀର୍ଘ ଜୀବନ କାମନା କରିଥିଲେ | ପୂଜନ ଅବସରରେ ଦେବୀ ସାବିତ୍ରୀଙ୍କୁ ୨୧ ପ୍ରକାରର ଫଳ ଅର୍ପଣ କରିଥିଲେ | ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ପତିବ୍ରତା ଧର୍ମ ବଳରେ ନିଜ ମୃତ ସ୍ୱାମୀ ସତ୍ୟବାନ (ଶାଲ୍ୱ ଦେଶ ନୃପତି ସୂର୍ଯ୍ୟବଂଶଜ ଦ୍ୟୁମତସେନ ଓ ରାଣୀ ଶୈବ୍ୟାଙ୍କ ପୁତ୍ର)ଙ୍କ ଜୀବନ ଫେରାଇ ଆଣିଥିବା ପ୍ରସଙ୍ଗ ଉପରେ ଆଧାରିତ ‘ସାବିତ୍ରୀ ବ୍ରତ କଥା’ ପାଠ କରାଯାଇଥିଲା । ଟିକ୍ରାପଡ଼ା ଗାଁର ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ଗଜଲକ୍ଷ୍ମୀ ମନ୍ଦିର ପରିସର ସମେତ ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ସମ୍ମିଳିତ ହୋଇ ବ୍ରତ ପାଳନ କରିଥିଲେ | ଅକ୍ଷୟ ସୁଆର, ଗୌର ସୁଆର, ଗଣେଶରାମ ଠାକୁର, ଭଗବାନ ମିଶ୍ର, ହରିଶଙ୍କର ଶତପଥି ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ | ପୂଜା ସମାପ୍ତି ପରେ ସଧବା ନାରୀମାନେ ସ୍ୱଗୃହରେ ନିଜ ନିଜ ସ୍ୱାମୀଙ୍କ ପଦ ପ୍ରକ୍ଷାଳନ କରି ବୟୋଜ୍ୟେଷ୍ଠଙ୍କ ନିକଟରେ ମଥାନତ କରି ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ | ଅକ୍ଷୟ ସୁଆର, ଗୌର ସୁଆର, ଗଣେଶରାମ ଠାକୁର, ଭଗବାନ ମିଶ୍ର, ହରିଶଙ୍କର ଶତପଥି ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.