ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ବିଭାଗ ଓ ଆମପାଣି ଥାନାରେ ପକ୍ଷରୁ ଶୁକ୍ରବାର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କାଦୋମଲି ନାଲାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କାହାରିକୁ ଧରା ଯାଇ ନଥିବା ବେଳେ ପ୍ରାୟ ୧୫ ଶହ କେଜି ମହୁଲ ପୋଚ, ୮୦ ଲିଟର ଦେଶୀ ହାତରନ୍ଧା ମଦ ଓ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ସମେତ ଆମପାଣି ଥାନା ଏସ୍ଆଇ ଲକ୍ଷ୍ମଣ ଖଡା, ହୋମଗାର୍ଡ ଚିତ୍ତରଞ୍ଜନ ସିଂ, ଅବକାରୀ କର୍ମଚାରୀ ମହାଦେବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।





