ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ବରାଡଙ୍ଗାଠାରେ ଚଢ଼ାଉ କରି ୧୨ ଲିଟର ଦେଶୀ ହାତରନ୍ଧା ମଦ ସହିତ ଜଣେକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକଙ୍କ ନାମ କ୍ଷୀରସିନ୍ଧୁ ବାରିକ ବୋଲି ସୂଚନା ମିଳିଛି। କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଖୁସିଦେବ କଟା, ମହାଦେବ ମାଝୀ, ରବି ନାଗ, ଯଶୋବନ୍ତି ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।





