ଜଟଗଡ଼ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ସିଲଭା ପଂଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରପାଲି ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ଜଟଗଡ଼ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି | ସୁରଭି ଓ ଓଡିଶା ମିଲେଟସ ଆନୁକୂଲ୍ୟରେ ରେ ଏହି କାର୍ଯ୍ୟକ୍ରମ ରେ ୨୩ ପ୍ରକାରର ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ, ଝୋଟି , ନାଚ, ଗୀତ, ଡିବେଟି, ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଲଭା ପଂଚାୟତ ସରପଞ୍ଚ କାଞ୍ଚନ ପ୍ରଭା ରଣା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସି. ଆର. ସି. ସି ବୃଷବ ରଣା, ପ୍ରଧାନ ଶିକ୍ଷକ ଗେନ୍ଦରାମ ନାୟକ, ଲୋଚନ ଶବର, ଧୃବ ଚରଣ ରଣା, ରମେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଜଟଗଡ଼ କ୍ଲଷ୍ଟର ର ୧୭ ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ | ପୂର୍ବାହ୍ନ ରେ ପ୍ରଥମେ ଅତିଥି ବୃନ୍ଦ ପୂଜାର୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶିକ୍ଷକ ଭୋଜରାମ ଅହୀର ମଞ୍ଚ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.