ନୂଆପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ କଲା ଅବକାରୀ ବିଭାଗ: ୧୫୩ କେଜି ଅନ୍ତଃରାଜ୍ୟ ଚାଲାଣ ହେଉଥିବା ଗଞ୍ଜେଇ ଜବତ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ୯ ମହିଳା ଗିରଫ

ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଅବକାରୀ ବିଭାଗକୁ ବଡ଼ ସଫଳତା ମଳିଥିବା ସୂଚନା ମିଳିଛି। ଜିଲ୍ଲାର ଭିନ୍ନ ଚାରୋଟି ସ୍ଥାନରେ ଚଢ଼ାଉ କରି ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବେଳେ ୧୫୩ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୯ ଜଣ ମହିଳା ଗିରଫ ହୋଇଥିବା ଜଣାପଡିଛି। ସମସ୍ତେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ନୂଆପଡା ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ନୂଆପଡା ଅବକାରୀ ବିଭାଗ ମୋବାଇଲ ୟୁନିଟ ସାନମହେଶ୍ୱର ଛକ ଠାରେ ୪୦ କେଜି ଜବତ କରିଥିବା ବେଳେ ଖରିଆର ରୋଡ଼ ମୋବାଇଲ ୟୁନିଟ ଖରିଆର ରୋଡ଼ ଠାରେ ୩୮ କେଜି, ଖରିଆର ଟିମ ବରଗାଁ ଛକ ଠାରେ ୩୯ ଓ ସିନାପାଲି ଅବକାରୀ ବିଭାଗ ଟିମନପୁର ଠାରେ ୩୬ କେଜି ଗଞ୍ଜେଇ ଜବତ କରିଛି। ସମସ୍ତେ ମଧ୍ୟପ୍ରଦେଶ ଯିବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗିରଫ ୯ ଜଣ ମହିଳା ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲା ସାହାପୁରା ଥାନା ପରଡ଼ିଆ କାଲା ଗ୍ରାମର ସାୟା ଭିହିଲିଆ(୪୫), କରିସ୍ମା ଭିହିଲିଆ(୩୨), ସୁଲୁନିଆ ଭିହିଲିଆ (୪୮), ନାଜିନା ଧୂର୍ୱେ (୨୭), ଫୁଲଭା ଧୂର୍ୱେ (୪୦), ନେହୁଲା ଭିହିଲିଆ(୩୫), ନାଶବାଇ ଭିହିଲିଆ(୩୮), ଅରସେନା ଭିହିଲିଆ (୩୫) ଓ ଆରସାନା ଭିହିଲିଆ (୩୮)। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଳଣ କରା ଯାଇଥିବା ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲଣ ବଢ଼ିଥିବା ବେଳେ  ନୂଆପଡ଼ା ବିଭାଗ ଏକ ଅନ୍ତଃରାଜ ବେପାରୀ ମାନେ ବୌଦ୍ଧ, କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ଛତିଶଗଡ଼ ରାଜ୍ୟ ଦେଇ ବିଭିନ୍ନ ରାଜ୍ୟକୁ ଚାଲଣ କରୁଥିବା ଜଣା ପଡିଛି। ଏହି ଚଢ଼ାଉରେ ନୂଆପଡ଼ା ଜିଲ୍ଲା ଅବକାରୀ ଅଧିକାରୀ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଅବକାରୀ ଏସଆଇ ହିରାବତି ଥାଟିଙ୍କ ନେତୃତ୍ବରେ ଅବକାରୀ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.