ବାବୁଲି ସ୍ବାଇଁଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ: ବିଜେଡ଼ି କର୍ମୀଙ୍କୁ ଏକଜୁଟ କରିବାର ଏକ ସୁମଧୁର ଅବସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନବୀନ କିଶୋର ସାହୁ): ଆରମ୍ଭ ହୋଇଛି ପାର୍ବଣ ଋତୁ। କିଛିଦିନ ପରେ ଧରାବତରଣ କରିବେ ଜଗତଜନନୀ। ଏପରି ଏକ ପବିତ୍ର ସମୟରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ-ସଭାପତି ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି ସାଇଁ)ଙ୍କ ନେତୃତ୍ୱରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବ୍ରା ଛକ ଶାନ୍ତିବନ ଠାରେ ଅକ୍ଟୋବର ୧୩ ଶୁକ୍ରବାର ଦିନ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ-ସଭାପତି ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାବେଶରେ ଅତିଥି ଭାବେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ଓ ଅନାମ ନାଏକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଧର୍ମେନ୍ଦ୍ର ନାଏକ, ଜିଲ୍ଲା ବିଜେଡ଼ି ଏସସି ସେଲ୍ ସଭାପତି ପ୍ରଶାନ୍ତ ନାଏକ, ବରିଷ୍ଠ ବିଜେଡି ନେତା ଦୁଲ୍ଲଭ ମାହାର, ଆଧ୍ୟାତ୍ମିକ ସନ୍ଥ ଭଗବାନ ବାବା ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡ଼ି କର୍ମୀମାନଙ୍କୁ ଏକଜୁଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏହା ଏକ ସୁମଧୁର ଅବସର ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ଓ କେସିଙ୍ଗା (ଅଂଶ)ର ପ୍ରାୟ ପାଞ୍ଚ ହଜାର ଜନସାଧାରଣ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାମ୍ବାଦିକ ମାନଙ୍କୁ ଅତିଥିବୃନ୍ଦ ସମ୍ମାନିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଭବ୍ୟ ଆସର ମଧ୍ୟରେ ସଭାରମ୍ଭ ହୋଇଥିଲା। ଉତ୍ସବ ସାହୁ ଓ ସୁନୀଲ ମେହେର ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.