ବିକାଶର ନୂତନ ଆଲୋକରେ ଆଲୋକିତ ହେବ ନର୍ଲା -ବାବୁଲି ସ୍ବାଇଁ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନବୀନ କିଶୋର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟର ବିକାଶଧାରା ଆଗେଇ ଚାଲିଛି। ଏଠାକାର ନିର୍ବାଚିତ ବିଧାୟକମାନଙ୍କ ଦୂରଦୃଷ୍ଟି ଅଭାବରୁ ସ୍ବାଧିନତାର ସାତ ଦଶନ୍ଧି ପରେ ମଧ୍ୟ ନର୍ଲା ନିର୍ବାଚନ ମଣ୍ଡଳୀରେ ଆଖି ଦୃଶିଆ କାର୍ଯ୍ୟ ହୋଇ ପାରିନାହିଁ। ତେବେ ଏହି ଅନ୍ଧକାର ଆଉ ବେଶି ସମୟ ରହିବ ନାହିଁ। ନର୍ଲାରେ ପରିବର୍ତ୍ତନର ଆଭାସ ଗୁଞ୍ଜରିତ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଦୃଷ୍ଟି ପଡିବ ଏବଂ ବିକାଶର ନୂତନ ଆଲୋକରେ ଆଲୋକିତ ହେବ ‘ନର୍ଲା’ ବୋଲି ଜୋରାଡବ୍ରା ଛକ ଶାନ୍ତିବନ ଠାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ-ସଭାପତି ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି ସ୍ବାଇଁ)। ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବ୍ରା ଛକ ଶାନ୍ତିବନ ଠାରେ ଅକ୍ଟୋବର ୧୩ ଶୁକ୍ରବାର ଦିନ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ-ସଭାପତି ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାବେଶରେ ଅତିଥି ଭାବେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ଓ ଅନାମ ନାଏକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଧର୍ମେନ୍ଦ୍ର ନାଏକ, ଜିଲ୍ଲା ବିଜେଡ଼ି ଏସସି ସେଲ୍ ସଭାପତି ପ୍ରଶାନ୍ତ ନାଏକ, ବରିଷ୍ଠ ବିଜେଡି ନେତା ଦୁଲ୍ଲଭ ମାହାର, ଆଧ୍ୟାତ୍ମିକ ସନ୍ଥ ଭଗବାନ ବାବା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ଓ କେସିଙ୍ଗା (ଅଂଶ)ର ପ୍ରାୟ ପାଞ୍ଚ ହଜାର ଜନସାଧାରଣ ଉପସ୍ଥିତ ଥିଲେ। ଏହି ସମାବେଶକୁ ନେଇ ସ୍ଥାନୀୟ ଅଞ୍ଚଳର ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ପାଇଁ ଏଥର ମୁଖ୍ୟମନ୍ତ୍ରୀ ଜଣେ ବରିଷ୍ଠ ଯୁବ ଚେହେରାକୁ ଆଣିବେ ବୋଲି ସମସ୍ତେ ଆଶାବାଦୀ। ଏହି ଅଞ୍ଚଳର ଜନସାଧାରଣଙ୍କ ସୁଖ ଦୁଃଖର ସାଥି ବାବୁଲି ସ୍ବାଇଁ ଙ୍କୁ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶିର୍ବାଦ ପ୍ରଦାନ କରନ୍ତେ ତେବେ ନର୍ଲାର ବିକାଶ ଧାରା ଦୃତ ଗତିରେ ଆଗେଇ ଚାଲିବ ବୋଲି ମତପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ପ୍ରାରମ୍ଭରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାମ୍ବାଦିକ ମାନଙ୍କୁ ଅତିଥିବୃନ୍ଦ ସମ୍ମାନିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଭବ୍ୟ ଆସର ମଧ୍ୟରେ ସଭାରମ୍ଭ ହୋଇଥିଲା। ଏଥିରେ ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ସହ ଅନେକ ଲୋକନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଉତ୍ସବ ସାହୁ ଓ ସୁନୀଲ ମେହେର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.