ଉତ୍କଳ ଯାଦବ ମହାସଭା ଝରିଗାଁ ଓ ଉମରକୋଟ ବ୍ଳକ ପକ୍ଷରୁ ନୁଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଝରିଗାଁ ବ୍ଳକର ଛତା ଆମ୍ ଠାରେ ଉତ୍କଳ ଯାଦବ ମହାସଭା ଝରିଗାଁ ଓ ଉମରକୋଟ ବ୍ଲକର ମିଳିତ ସୌଜନ୍ୟରେ ନୂଆଖାଇ ଭେଟଘାଟ ସହିତ ଯାଦବ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଉତ୍କଳ ଯାଦବ ମହାସଭା ସାଧାରଣ ସଂପାଦକ  ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସଦ ଓ ବିଧାୟକଙ୍କୁ ୫ ଗୋଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୧- ଯାଦବ ବା(ଓଵିସି) ଛାତ୍ର ଛାତ୍ରୀ ମାନଙ୍କୁ ହଷ୍ଟେଲର ସୁବିଧା, ୨-ଜଙ୍ଗଲରେ ବସବାସ କରୁଥିବା ଯାଦବ (ଓଵିସି) ମାନଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ, ୩-ଝରିଗାଁ ଵ୍ଳକରେ ଓ ଉମରକୋଟ ଵ୍ଳକ ତହରା ଠାରେ ଯାଦବ ସମାଜର ଭବନ ନିର୍ମାଣ, ୪-ଚନ୍ଦାହାଣ୍ଡି , ଝରିଗାଁ ଉମରକୋଟରେ ପ୍ରାୟତଃ ଦୁଧ ଉତ୍ପାଦନ ଅଚଳ ଏଥିପାଇଁ ଖିର ମୂଲ୍ୟ ବୃଦ୍ଧି କରିବା, ୫ – ଯାଦବ ମାନଙ୍କର ଵନାଵାଡି, ଘୁମୁରା, ସକିର୍ତନ ଦଳର ଗୁରୁ ମାନଙ୍କୁ, ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ ଆଦି ଦାବି କରାଯାଇଛି। ଏଥିରେ ମାନ୍ୟଗଣ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ଝରିଗାଁ ଵ୍ଳକ ଚେୟାରମେନ ଦୁର୍ଗା ପ୍ରସାଦ ମାଝୀ, ଅଭିଭକ୍ତ କୋରାପୁଟ ଜିଲ୍ଲା ଯାଦବ ସମାଜ ସଭାପତି ଭୁବନ ଗୈାଡ, ଝରିଗାଁ ଵ୍ଳକ ଯାଦଵ ସମାଜ ସଭାପତି ଶ୍ରୀନଦ କଟା, ଉପସଭାପତିଶ୍ରୀ ସହଦେଵ ଗୈାଡ, ଯୋନ-୧ଜିଲ୍ଲାପରିଷଦ ସଭ୍ୟା ଯମୁନା ଗଣ୍ଡ, ଲେମ୍ଫ ସଭାପତୀ  ଲଛମା ଗଣ୍ଡ, ଵେଲଗାଁ ସରପଞ୍ଚ ଅଭି ପୂଜାରୀ, ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକ, ବାଣୁଆଗୁଡା ସମିତି ଶ୍ରୀମହେନ୍ଦ୍ର ପୂଜାରୀ, ତହରା ସମିତି ପ୍ରଦୀପ ଗୈାଡ, ଝରିଗାଁ ଵ୍ଳକ ଯାଦବ ସମାଜ ସଂପାଦକ ଦିବାକର ଗୈାଡ, ଚଛା ପଞ୍ଚାୟତ ସଭାପତି ଟଙ୍କଧର ଗୈାଡ, ଅକ୍ଷୟ ଗୈାଡ, ସଂପାଦକ ଡମ୍ବରୁଧର ଗୈାଡ, ଉମରକୋଟ ଵ୍ଳକ ସଂପାଦକ ତ୍ରିନାଥ ମୁଦୁଲି, ଝରିଗାଁ ଚତୁର୍ ଭୂଜ ଗୈାଡ, ଚଛା ତ୍ରିନାଥ ଗୈାଡ, ତୋହରା ଖଗ ଗୈାଡ, କୁଟିରୀଛପର ଭଗବାନ ଗୈାଡ, ଭାଲୁ କନାଡୀ କୁମ ଗୈାଡ, ଗୁରୁ ସିଂଙ୍ଗା ତ୍ରିନାଥ ଗୈାଡ, ଚଛା ମକରନ୍ଦ ଗୈାଡ, ଟିକଚନ୍ଦ ମାଝି, ଗୋବର୍ଦ୍ଧନ ଗୈାଡ, ଚୈତନ୍ୟ ଗୈାଡ, ଭିମ ଗୈାଡ, କୈଳାସ ଗୈାଡ, କୁମ ଗୈାଡ, ଭରତ ଗୈାଡ, ପଦୁ ଗୈାଡ, କେଶବ ଗୈାଡ, ବରିଷ୍ଠ ନେତା ସଦାଶିବ ପଟ୍ଟନାୟକ, ବରିଷ୍ଠ ନେତା ତ୍ରିଲଚନ ପାଣ୍ଡେ, କଲାର ସମାଜ ସଭାପତି ମାଧବ କଲାର, ରାମଧର ଭତ୍ରାଙ୍କ ସମେତ ଝରିଗାଁ ଓ ଉମରକୋଟ ବ୍ଲକର ପ୍ରାୟ ୩ହଜାର ଯାଦବ ଯୋଗ ଦେଇଥିଲେ। ଶେଷରେ ତ୍ରିନାଥ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.