ମହାଶକ୍ତି ଫାଉଣ୍ଡେସନର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ପଞ୍ଜିକୃତ କାର୍ଯ୍ୟାଳୟ ମ.ରାମପୁର  (ବୁରାଟ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ମୂଖ୍ୟ ଅତିଥି ଭାବେ ରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବୀଣାପାଣି ସାହୁ, ସମ୍ମାନିତ ଅତିଥି ଅନୁଷ୍ଠାନର ଟ୍ରଷ୍ଟି ଇଭାମୟୀ ମାଝୀ, ଆଇନଜିଵୀ ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଉଦ୍ଧବ ପଣ୍ଡା, ପ୍ରଦୀପ କୁମାର ସାହୁ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ସଦସ୍ୟ ମାନଙ୍କ ଦ୍ବାରା ୧୯ ଟି ଦୀପ ଓ ଉତେଇ ଭେଲି ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ଈଶ୍ଵର ସାହୁଙ୍କ ପୁଅ ୨୦ ନମ୍ବର ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଓ ୧୯ ବର୍ଷର ସଫଳତା ଓ ବିଫଳତା ବିଷୟରେ ଆଲୋଚନା କରିଥିଲେ। ଅତିଥି ମାନେ ଅନୁଷ୍ଠାନର ଜନ ହିତକର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ ଉତ୍ସବରେ ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଉତ୍ତର ଦାୟୀ ଦଳ, କୃଷକ ଉତ୍ପାଦକ କମ୍ପାନୀର କର୍ମକର୍ତ୍ତା , ଶକ୍ତି ମୟୀ ଫାଉଣ୍ଡେସନର କର୍ମୀ ଓ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନ ବାଳକୃଷ୍ଣ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମହାଶକ୍ତି ଫାଉଣ୍ଡେସନର ଶାଖା ପରିଚାଳକ ଭଗବାନ ରଣ, ମାମିତା ପୂଝାରୀ, ସବିତା, ଲିପି ପାଲ, ପୂନ୍ନମୀ ଵଗତ୍ତୀ, ବଂଶୀ ରଣା ଓ କାର୍ଯ୍ୟାଳୟର କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.