ପାକିସ୍ତାନରେ ଇରଫାନଙ୍କ ଆଖି ଉପରକୁ ଲୁହା କଂଟା ଫିଙ୍ଗିଥିଲେ ପ୍ରଶଂସକ

ଓଡ଼ିଆ ବାର୍ତ୍ତା/ ପୁଣେ: ଭାରତ-ବାଂଲାଦେଶ ମ୍ୟାଚ ଅବସରରେ ଭାଷ୍ୟକାର ଇରଫାନ ପଠାନ ତାଙ୍କ ପାକିସ୍ତାନ ଗସ୍ତର ଏକ ଅଭୂଲା କ୍ଷଣ ସାଥୀମାନଙ୍କ ସହ ଶେୟାର କରିଛନ୍ତି । ଭାରତର ଏହି ପୂର୍ବତନ ପେସ ବୋଲରଜଣଙ୍କ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ପେଶାୱରରେ ଏହି ମ୍ୟାଚ ଖେଳାଯାଉଥିଲା । ସେଠାରେ ଜଣେ ପ୍ରଶଂସକ ତାଙ୍କ ଆଖି ଉପରକୁ ଲୁହାର କଂଟା ଫିଙ୍ଗିଥିଲେ । ଏହା ତାଙ୍କ ଆଖିରେ ବାଜିଥିଲା । ଏଥିପାଇଁ ୧୦ ମିନିଟ ମ୍ୟାଚ ବନ୍ଦ ରହିଥିଲା । ଭାଗ୍ୟ ଭଲ ଏଥିରେ ତାଙ୍କର କୌଣସି କ୍ଷତି ଘଟି ନ ଥିଲା । ପଠାନଙ୍କ କହିବା ଅନୁସାରେ ସେ ଏ ନେଇ କୌଣସି ଅଭିଯୋଗ ମଧ୍ୟ କରି ନ ଥିଲେ । ସେ ଚଳିତ ବିଶ୍ୱକପରେ ଏହି ପ୍ରସଙ୍ଗ ଉଠାଇବା କାରଣ ହେଲା, ଭାରତ-ପାକିସ୍ତାନ ମ୍ୟାଚ ଅବସରରେ ଅହମ୍ମଦାବାଦରେ ତାଙ୍କ ଖେଳାଳିମାନଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରାଯାଇ ନାହିଁ ବୋଲି ପିସିବି ଚିଫ ଜକା ଅଶ୍ରଫ ଆଇସିସି ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଇରଫାନଙ୍କ କହିବା ଅନୁସାରେ ପାକିସ୍ତାନରେ କଣ ଆମ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଯେଉଁ ଭଳି ଢ଼ଙ୍ଗରେ ପାକିସ୍ତାନ ଖେଳାଳିଙ୍କୁ ଭାରତରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ତାହା ଯେତେ ପ୍ରଶଂସା କରାଯିବ କମ ହେବ । ତେବେ ପାକିସ୍ତାନର ପରାଜୟ କାଜା ଅଶ୍ରଫ ସହ୍ୟ କରି ନ ପାରିବାରୁ ଏ ଭଳି ବୟାନ ଦିଆଯାଇଥିବା ଅନୁମାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.