କଳସ ଯାତ୍ରାରୁ ଆରମ୍ଭ ହେଲା ନର୍ଲା ଦୁର୍ଗାପୂଜା: ପାଞ୍ଚଦିନ ଧରି ଭରପୁର ମନୋରଞ୍ଜନର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦୁର୍ଗାପୂଜା ପାଇଁ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ରାଣି ବନ୍ଧରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ମୃତ୍ୟୁଞ୍ଜୟ ନାଗ(ପିଣ୍ଟୁ)ଙ୍କ ନେତୃତ୍ୱରେ ଏକ ଭବ୍ୟ ଶୋଭାଯାତ୍ରାରେ ପୁଷ୍କରିଣୀରୁ କଳସରେ ଜଳନେଇ କମିଟିର ସମସ୍ତ ସଦସ୍ୟ ସମେତ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ । କଳସଯାତ୍ରାରେ ୫୦ ରୁ ଉର୍ଦ୍ଧ୍ବ ମହିଳା ଅଂଶ ଗ୍ରହଣ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ଶାରଦୀୟ ହୁର୍ଗାପୂଜା ପାଞ୍ଚ ଦିନ ଧରି ପାଳିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା ପରିଚାଳନା କମିଟିର ସଭାପତି ପିଣ୍ଟୁ ପ୍ରକାଶ କରିଛନ୍ତି । ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ସ୍ଥାନୀୟ ରାଣୀବନ୍ଧରେ ପୂଜାପାଠ ହୋଇ କଳସ ପବିତ୍ରୀ କରଣ କରାଯାଇଥିଲା । ଏକ ଭବ୍ୟ ଶୋଭା ଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ ଶ୍ରଦ୍ଧାଳୁ ଭକ୍ତ । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ସୁଜାତା ଚାନ୍ଦ ଓ ଅଜିତ ଚାନ୍ଦ ଦମ୍ପତିଙ୍କ ଉପରେ ଦାଇତ୍ୱ ନ୍ୟସ୍ତ ରହିଛି । ପୂଜକ ପଣ୍ଡିତ ଭାବରେ ଦୟାନିଧି ବିଶି ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ସୁନାସୀର ମିଶ୍ର, ସରୋଜ ମହାପାତ୍ର, ନୀରଜ ମହାପାତ୍ର ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି । ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ନର୍ଲା ଦୁର୍ଗା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ମଣ୍ଡପରେ ପହଂଚିବା ପରେ ଅପେକ୍ଷା ରେ ଥିବା ନର୍ଲା ନଗରବାସୀ କଲସକୁ ଭବ୍ୟ ସ୍ୱାଗତ କରିଥିଲେ । ମଣ୍ଡପରେ କଳସ ସ୍ଥାପନ ପରେ ମାଙ୍କ ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଳସ ଯାତ୍ରା କାର୍ଯ୍ୟକ୍ରମରେ ପୂଜା ପରିଚାଳନା କମିଟିର ଉପସଭାପତି ଘାସିରାମ ସାହୁ, ସମ୍ପାଦକ ଦୀପୁ ପାତ୍ର, ସହସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ(ବଣ୍ଟୁ)ଙ୍କ ସମେତ ସୁନୀଲ ଚାନ୍ଦ, କୁଲୁ ଚାନ୍ଦ, କିଶୋର ମାଝୀ, ପୂର୍ଣ୍ଣ ପୂଝାରୀ, ପ୍ରଦୀପ ହଂସ(ବଡ), ରମେଶ ଗୌଡ଼, ରୋହିତ ମାଝୀ, ରାଜେନ୍ଦ୍ର ନାରାୟଣ ପୁଝାରୀ(ଟିମ୍ପୁ) ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପାଞ୍ଚଦିନ ଧରି ପୂଜା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ପ୍ରତିଦିନ ରାତିରେ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକ ରହିଥିବା ଜଣାପଡିଛି । କଳସ ଯାତ୍ରା ରାତିରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିଭଳି ୨୦/୧୦ ପୂଜା ଆରମ୍ଭ ଦିନ ରାତିରେ ବରପାଲିର ମା ବୁଆସେନ ଦେବୀ ଦଣ୍ଡନୃତ୍ୟରହିଥିବା ବେଳେ, ୨୧/୧୦ ଶନିବାର ରାତିରେ ମ.ରାମପୁରର ଭଜନ ମେଲୋଡି, ୨୨/୧୦ ରବିବାର ଧର୍ମଗଡ଼ର ନାଟକ ମରଣ ଗଳାରେ ବରଣ ମାଳା, ୨୩/୧୦ ସୋମବାର ବରଗଡ଼ର ମା ସୁରେଶ୍ୱରୀ ଦଣ୍ଡନୃତ୍ୟ ଓ ୨୪/୧୦ ମଙ୍ଗଳବାର ସକାଳେ ପୂର୍ଣ୍ଣାହୁତି ଓ ଅପରାହ୍ନ ୪ ଟା ବେଳେ ଭଷାଣି ଉତ୍ସଵ ରହିଥିବା ପରିଚାଳନା କମିଟିର ସମ୍ପାଦକ ଦୀପୁ ପାତ୍ର ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.