ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ସେଣ୍ଟ ଜାଭିୟର ହାଇସ୍କୁଲ, ନିୟୁ କଲୋନି, ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି I ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଳା ଶିଶୁ ସୁରକ୍ଷI କମିଟିର ସଦସ୍ୟ କୌଳାସ ଚନ୍ଦ୍ର ପାଳ, ଜିଲ୍ଳା ଆଇନସେବା ପ୍ରାଧିକରଣର ପାନେଲ ଓକିଲ ଶ୍ରୀ ସୀତାରାମ ପଣ୍ଡା, ସେଣ୍ଟ ଜାଭିୟର ହାଇସ୍କୁଲ ର ପ୍ରିନ୍ସିପାଲ ଓ ଅନ୍ୟ ଶିକ୍ଷୟିତ୍ରୀ ପ୍ରମୁଖ ମଞ୍ଛାସୀନ ଥିଲେ I ପଣ୍ଡିତ ଜବାହାର ଲାଲ ନେହେରୁ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପିଲାଙ୍କୁ ଶିଶୁ ସୁରକ୍ଷI ଆଇନ, ଶିଶୁମାନଙ୍କ ଆଇନଗତ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇବା ସହ ସୁନ୍ଦର ଚରିତ୍ର ଓ ଭବିଷ୍ୟତ ଗଠନ ଦିଗରେ ପିଲାଙ୍କୁ ଉତ୍ସାହିତ କରିଥିଲେ I ସେହିପରି ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ଶିଶୁମାନଙ୍କ ଆଇନଗତ ଅଧିକାର ବିଷୟରେ ବିସୃତ ଭାବରେ ପିଲାମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.