ବିଜେଡି ବରିଷ୍ଠ ସଂଗଠକ କୋଣ୍ଡାବାବୁ ପାଳିଳେ ଜନ୍ମଦିନ; ଛୁଟିଲା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୬୧ବର୍ଷରେ ପଦାର୍ପଣ କରିଛନ୍ତି ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଂଗଠକ, ଟ୍ରକ ମାଲିକ ସଂଘର ସଭାପତି ତଥା ନିଷ୍ପାପର, ସମାଜସେବୀ, ପରୋପକାରୀ, ଗରିବ ଅସହାୟ ସାଧାରଣ ଜନତାଙ୍କ ଲୋକପ୍ରିୟ ନେତା ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁ । ନିଜ ସମର୍ଥକ ଏବଂ ସାଧାରଣ ଜନତାଙ୍କ ଗହଣରେ ଆଜି ଆଡମ୍ବର ସହକାରେ ପାଳନ କରିଛନ୍ତି ସେ ତାଙ୍କ ଜନ୍ମଦିନ । ଆଜି ପୂର୍ବାହ୍ନରେ ଟ୍ରକ ମାଲିକ ସଂଘ କାର୍ଯ୍ୟକର୍ତା ଓ ସଦସ୍ୟମାନଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିଥିବା ବେଳେ ସଂଧ୍ୟାରେ ରିଙ୍ଗ ରୋଡ୍ ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟରେ ଦଳୀୟ କର୍ମୀ ତଥା ସମର୍ଥକଙ୍କ ଗହଣରେ କେକ୍ କାଟି ନିଜ ଜନ୍ମଦିନ ପାଳନ କରିଛନ୍ତି । ସେହିପରି ରାୟଗଡା ସହରର ବିଭିନ୍ନ ସ୍ଥାନରେ ମଧ୍ୟ କୋଣ୍ଡାବାବୁଙ୍କ ସମର୍ଥକମାନେ ଜନ୍ମଦିନ ପାଳନ କରିଛନ୍ତି । ସହରର ଅନେକ ବସ୍ତିବାସିନ୍ଦାମାନେ ମଧ୍ୟ କୋଣ୍ଡାବାବୁଙ୍କ ଜନ୍ମଦିନରେ ତାଙ୍କ ଜୀବନର ଚଲାପଥ କୁସୁମିତ ହେବା ନେଇ ପ୍ରାର୍ଥନା କରି କୋଣ୍ଡାବାବୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସାଧାରଣ ଜନତାଙ୍କ ମୈାଳିକ ଅଧିକାର ତଥା ଅନ୍ୟ ଯେ କୈାଣସି ସମସ୍ୟାର ସମାଧାନ ପାଇଁ ସବୁବେଳେ ପ୍ରଶାସନିକ,ରାଜନୈତିକ ତଥା ବ୍ୟକ୍ତିଗତ ସ୍ତରରେ ଆଗକୁ ଆସି ସହଯୋଗ କରିଥାନ୍ତି କୋଣ୍ଡାବାବୁ । ଯାହାକୁ ନେଇ ସେ ରାୟଗଡାର ଜଣେ ଲୋକପ୍ରିୟ ନେତା ଭାବେ ବେଶ୍ ଜଣାଶୁଣା ହୋଇପାରିଛନ୍ତି । ତାଙ୍କର ଏହି ଜନ୍ମଦିନରେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ତଥା ରାୟଗଡା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳା ବିଜେଡି ଉପସଭାପତି ଧବଳେଶ୍ୱର ନାଇଡୁ, ପି.ଗୈାରୀ ଶଙ୍କର, କାଶୀ ନାଇଡୁ, ଆଇନଜୀବି ବ୍ରଜସୁନ୍ଦର ନାୟକ, ବିରଜା ପାତ୍ରଙ୍କ ସମେତ ରାୟଗଡା ସହର ସମେତ ଜିଲ୍ଳାର ବିଭିନ୍ନ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନର ସୂଅ ଛୁଟିଛି । ସାଧାରଣ ଲୋକଙ୍କ ପାଇଁ କାମ କରିବା ତଥା ସେମାନଙ୍କର ସମସ୍ୟାର ସମାଧାନ କରିବା ସେମାନଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରି ତାଙ୍କ ମୁହଁରେ ହସ ଫୁଟାଇବା ମୋର ବ୍ରତ । ତେଣୁ ମୋ ଜନ୍ମଦିନ ମୁଁ ମୋ ସମର୍ଥକ, ବନ୍ଧୁଙ୍କ ଗହଣରେ ପାଳନ କରିଛି ବୋଲି କୋଣ୍ଡାବାବୁ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.