ପ୍ରତାପୁର ନଦୀ ବାଲି ଘାଟରୁ ୫ଟ୍ରାକ୍ଟର ଜବତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁବେଆଇନ ଭାବରେ ବାଲି ଚୋରାଚାଲାଣ ବେଳେ୫ ଟ୍ରାକ୍ଟରକୁ ପୋଲିସ ଜବତକରିଛି । ଏଥ୍‌ନେଇ ଥାନା କେସ ନଂ ୭୨୬ /୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି । ଏଥିପାଇଁ ଥାନା ଆଇଆଇସି ସମିର କୁମାର ରାଉତକହିଛନ୍ତି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରାଚାଲାଣ ହେଉଥ‌ିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ରାତ୍ରରେ ଚଢାଉକରାଯିବା ବେଳେ ଅନ୍ଧାର ରାତ୍ରର ସୁଯୋଗନେଇ ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଛାଡି ଚମ୍ପଟ ମାରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଜଗିରହିଥିଲେ ସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଟ୍ରାକ୍ଟରଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏହି ଗାଡି କାହାର ସେନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି । ଦୀର୍ଘ ଦିନହେଲା ପ୍ରତାପୁର ଗ୍ରାମରେ ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ କୁଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି। ଏହାଉପରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା | ତେବେ ଚୋରାରେ ବାଲି ଯାଉଥିବା ଖବର ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତଙ୍କ ପାଖରେ କୌଣସି ସୂତ୍ରରୁ ଜାଣିବା ପରେ ସଦଳ ବଳ ପୋଲିସ ଷ୍ଟାଫଙ୍କୁ ଧରି ସେହି ନଦୀ ଘାଟକୁ ଯାଇ ଚଢ଼ାଉ କରି ଥିଲେ | ଫଳରେ ପୋଲିସ ଗାଡ଼ିକୁ ଦେଖି ବାଲି ମାଫିଆ ମାନେ ଗାଡ଼ି ଛାଡି ପଳାଇ ଥିଲେ |ପୋଲିସ ପକ୍ଷରୁ ଜବତ କରାଯାଇଥିବା ଏହି ଗାଡି ମଧ୍ୟରେ ଜାଲ ନମ୍ବରର ଗାଡି ରହିଥିବା ଅଭିଯୋଗ କରିବା ସହ ବରିଷ୍ଠ ପୋଲିସ ଅଧୂକାରୀମାନେ ଏପ୍ରତି ଗୁରୁତ୍ୱ ଦେଇ ଜବତ ଗାଡିଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେବାଲିଚୋରାକାରବାରରେ ସମ୍ପୃକ୍ତ ରହିଥ‌ିବା ଜୈନିକ କର୍ମଚାରୀଙ୍କ ଅସଲି ମୁଖାଖୋଲିପାରିବ ବୋଲି ଦାବି କରିଛନ୍ତି। ଏହାସହ ଆଇ ଆଇସିଙ୍କ ନେତୃତ୍ୱ ଯୋଗୁଁ ବାଲି ମାଫିଆଙ୍କ ଆଖିରୁ ନିଦ ହଜେଇ ଦେଇ ଛନ୍ତି | ଥାନାଧିକାରୀଙ୍କ ଏପରି କାର୍ଯ୍ୟ ଯୋଗୁଁ ସମସ୍ତେ ଆଜି ତାଙ୍କୁ ସାବାସ କରିଛନ୍ତି | ତହସିଲଦାର ଏହା ଉପରେ ମଧ୍ୟ ଚୋରଙ୍କ ସରକାରଙ୍କ ରାଜସ୍ବ ନଷ୍ଟ କରୁଥିବା ଉପରେ କଠୋର ଦଣ୍ଡ ବିଧାନ କଲେ ମାଫିଆମାନେ ଏପରି କରିବାକୁ କେବେବି ସାହସ କରିପାରିବେନି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.