ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଗଳ୍ପ ସଂକଳନ ‘ସେଁର୍ରା’ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ଚୟନିତ ଡିଲେଶ୍ୱର ରଣାଙ୍କ ଅଭିନନ୍ଦନ ସମାରୋହ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ଭାଷାବିତ୍ ପରମେଶ୍ବର ମୁଣ୍ଡ, ଗାଳ୍ପିକ ତଥା ‘ମହୁରି’ ସମ୍ପାଦକ ସୁକାନ୍ତ ସାହୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ସମାବେଶର ଉପଦେଷ୍ଟା ତଥା ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ମଞ୍ଚାସୀନ ରହି ଡିଲେଶ୍ୱରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡିଲେଶ୍ୱର ନିଜ ସାହିତ୍ୟ ଯାତ୍ରା ସଂପର୍କରେ ଅଭିବ୍ୟକ୍ତି ବାଢ଼ିଥିଲେ। ଏଥିରେ ସମାବେଶର ଯୁଗ୍ମ ସଂପାଦକ କର୍ଣ୍ଣ ଗହୀର, କବି ଡ. ଭବାନୀ ଶଙ୍କର ନିଆଲ, ଡ. ତପନ ରଥ, ବନଶ୍ରୀ ଦାଶ, ସୁମତି ମୁଣ୍ଡ, ଐଶ୍ୱର୍ଯ୍ୟା ପ୍ରଧାନ, ସଞ୍ଜୀବ ପଣ୍ଡା, କିଶୋର ମହାନନ୍ଦ, କଳାକାର ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର, ରାଜେଶ ଦାଶ, ଗାଳ୍ପିକ ବିଜୟ ପ୍ରଧାନ, ପ୍ରକାଶ ନିଶଙ୍କ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଅମିୟ ସାହୁ, ସିନି କ୍ରିଷ୍ଣା, ପିଣ୍ଟୁ ସ୍ୱାଇଁ, ସାହିତ୍ୟପ୍ରେମୀ ଶୁଭେନ୍ଦୁ ପ୍ରଧାନ, ପ୍ରଦୋଷ ମିଶ୍ର, ହେମନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ଡିଲେଶ୍ୱରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସମାବେଶର ସଭାପତି ଯାଦବେନ୍ଦ୍ର ସାହା।