ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସରପଞ୍ଚ କବିତା ଜେନ ସଭାପତିତ୍ବ କରିଥିବ ବେଳେ ପଂଚାୟତ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ଜି.ଆର.ଏସ ପ୍ରତାପ କୁମାର ପଣ୍ଡା ପ୍ରମୁଖ ଙ୍କ ସହ ସମସ୍ତ ଗାଁସାଥୀ, ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ତଥା ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।ଏହି ବୈଠକରେ ଚଳିତ ବର୍ଷ ପଂଚାୟତ ଅଧିନରେ ହୋଇଥିବା ଏନ.ଆର.ଇ.ଜି.ଏସ କାର୍ଯ୍ୟ, ଆବାସ ଯୋଜନା, ପି.ଡି.ଏସ ଯୋଜନା, ଭତ୍ତା ଇତ୍ୟାଦି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଭି.ଆର.ଏସ ରଞ୍ଜିତା ନାଏକ, ସରିତା ପୃଷ୍ଟି, ନମିତା ନାଏକ ପ୍ରମୁଖ ପୂର୍ବରୁ ସମସ୍ତ କାର୍ଯ୍ୟ ତଦାରଖ କରି, ଆଜି ନଥିପତ୍ର ଯାଞ୍ଚ କରିବା ସହ ସମସ୍ତ କାର୍ଯ୍ୟ ବିଷୟରେ ହିତାଧୀକାରୀ ମାନଙ୍କ ସହ ଆଲୋଚନା କରିଥିଲେ।