ସୁନୀଲ ଧଙ୍ଗଡାମାଝୀ, ଶୁଭମ ମହାକୁଡ ଓ ସମୀକ୍ଷା ପ୍ରହରାଜଙ୍କୁ  ମହମ୍ମଦ ଅସଲମ ସ୍ମୃତି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଆସନ୍ତା ଡିସେମ୍ବର ୧୦ ତାରିଖ ରବିବାର ସଂନ୍ଧ୍ୟା ୫ ଘଣ୍ଟା ସମୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏନେଇ ଭବାନୀପାଟଣା ରୟଲ ଗାର୍ଡେନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବଣିକ ସଂଘ ସଭାପତି ବିଜୟ ସାହୁ, ସମାଜସେବୀ ନୟନ ଦାସ, ସାମ୍ବାଦିକ ଦୁଃଖୀଶ୍ୟାମ ପ୍ରଧାନ, ରଜନୀକାନ୍ତ ମିଶ୍ର, ଅଜିତ ସିଂ, ସତ୍ୟନାରାୟଣ ମହାପାତ୍ର, ଚିତ୍ତ ରଞ୍ଜନ ବିଶି, ତାପସ ମହାନ୍ତି, ବିକାଶ ଷଡ଼ଙ୍ଗୀ, ଅମ୍ରେଶ ପାଢୀ, ଲକ୍ଷ୍ମୀ ରଞ୍ଜନ ବାଗ, ପ୍ରଶାନ୍ତ ପଣ୍ଡା ଓ ଅସଲମ ପ୍ରେମୀ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଆ ବାର୍ତ୍ତା ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଏନସିସିର ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ କାର୍ଗିଜସ୍ଥାନ ଗସ୍ତ କରିଥିବା ଯୁବ ପ୍ରତିଭା ଶୁଭମ ମହାକୁଡ ଓ ସାମ୍ବାଦିକତା କ୍ଷେତ୍ରରେ ଯୁବ ପ୍ରତିଭା ସମୀକ୍ଷା ପ୍ରହରାଜଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.