ଗାଇ ଗୋବରରୁ ପ୍ରସ୍ତୁତ ଇନ୍ଧନରେ ହେବ ରକେଟ୍ ଉତକ୍ଷେପଣ!

ଓଡ଼ିଆ ବାର୍ତ୍ତା/ ଟୋକିଓ: ଗାଈ ଗୋବରରୁ ପ୍ରସ୍ତୁତ ଇନ୍ଧନକୁ ରକେଟରେ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ଜାପାନ । ଜାପାନର ସ୍ପେସ୍ ଇଣ୍ଡଷ୍ଟ୍ରି ଗୁରୁବାର ଏକ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନ୍ ପରୀକ୍ଷଣ କରିଛି । ଏହି ରକେଟ୍ ଇନ୍ଧନ ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି । ଗୋବରରୁ ପ୍ରସ୍ତୁତ ବାୟୋମିଥେନକୁ ବ୍ୟବହାର କରି ଏହି ରକେଟ୍ ଉତକ୍ଷେପଣ କରାଯାଇଛି । ବାୟୋମିଥେନ୍ ଇନ୍ଧନ ଦ୍ୱାରା ରକେଟ୍ ଉତକ୍ଷେପଣ କରାଯାଇଛି । ପରୀକ୍ଷାଣ ବେଳେ ପ୍ରାୟ ୧୦ସେକେଣ୍ଡ ପାଇଁ ୩୦ରୁ ୫୦ ଯାଏ ନୀଳ ଏବଂ କମଳା ରଙ୍ଗର ନିଆଁ ଦେଖିବାକୁ ମିଳିଥିଲା । ଇଣ୍ଟରଷ୍ଟେଲାର ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ତାକାହିରୋ ଇନାଗାୱା କହିଛନ୍ତି, ‘ବ୍ୟବହୃତ ବାୟୋମିଥେନ୍ ସମ୍ପୂର୍ଣ୍ଣ ଭାବରେ ଗୋବରରୁ ତିଆରି କରାଯାଇଥିଲା। ଏହା କେବଳ ପରିବେଶ ପାଇଁ ଭଲ ତାହା ନୁହେଁ, ଏହାକୁ ଆମେ ନିଜେ ଉତ୍ପାଦନ ମଧ୍ୟ କରିପାରିବା । ଏହା କରିବାରେ ଆମେ ପ୍ରଥମ । ମାତ୍ର ଏହାପରେ ସବୁଠି ବ୍ୟବହାର ହେବ । ଭବିଷ୍ୟତରେ ଏହା ଅଧିକ ବ୍ୟବହାର ହୋଇପାରିବ ବୋଲି ମୁଁ ଆଶା କରୁଛି’ । ଗାଈ ଗୋବରରୁ ରକେଟ୍ ଉତକ୍ଷେପଣ ପାଇଁ ଯୋଜନା କରିଥିବା ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ଏବଂ ଏୟାର ୱାଟର ଫାର୍ମ ମତରେ, ଭବିଷ୍ୟତରେ ଏହି ଇନ୍ଧନ ବ୍ୟବହାର କରି ମହାକାଶରେ ଉପଗ୍ରହ ମଧ୍ୟ ପ୍ରେରଣ କରାଯାଇପାରିବ। ଏହି ସଂସ୍ଥାଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଚାଷୀଙ୍କ ନିକଟରେ ଗୋବରକୁ ବାୟୋଗ୍ୟାସରେ ପ୍ରକ୍ରିୟାକରଣ କରିବାର ଉପକରଣ ଅଛି । ଏୟାର ୱାଟର ବାୟୋଗ୍ୟାସକୁ ସଂଗ୍ରହ କରେ ଏବଂ ପରେ ଏହାକୁ ରକେଟ୍ ଇନ୍ଧନରେ ପରିଣତ କରେ ।ଏୟାର ୱାଟରର ଜଣେ ଇଞ୍ଜିନିୟର ଟୋମୋହିରୋ ନିଶିକାୱା କହିଛନ୍ତି ଯେ ଜାପାନ ପାଖରେ ସମ୍ବଳର ଅଭାବ ରହିଛି । ଏଭଳି ସମୟରେ ଘରୋଇ ଉତ୍ପାଦିତ, କାର୍ବନ ନ୍ୟୁଟ୍ରଲ ଶକ୍ତି ବ୍ୟବହାର କରିବା ଉଚିତ । ଜାପାନର ସ୍ପେସ୍ ଏଜେନ୍ସି JAXA ସେପ୍ଟେମ୍ବରରେ ଏହାର ମୁନ ସ୍ନାଇପର ମିଶନ୍ ଆରମ୍ଭ କରିଥିଲା । କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ଏଜେନ୍ସିର ଦୁଇଟି ମିଶନ୍ ବିଫଳ ହୋଇଥିଲା । ଜୁଲାଇରେ ଏପସିଲନ ରକେଟର ଉନ୍ନତ ସଂସ୍କରଣ ଏପସିଲନ-ଏସ ଲଞ୍ଚ ହେବାର ୫୦ ସେକେଣ୍ଡ ମଧ୍ୟରେ କ୍ରାସ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ଜାପାନର ସ୍ପେସ୍ ଏଜେନ୍ସି ପାଇଁ ବାୟୋମିଥେନ ଏବ ବୃହତ୍ତ ସାହାରା ହୋଇପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.