ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବ୍ଲକ ଲଛିପୁର ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗରେ ବାଲ୍ୟ ବିବାହ ଓ ଯୌତୁକ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ମଇଥିଲି ସେଠି ଓ ନିରୁପମା କର ଅଂଶଗ୍ରହଣ କରି ବାଲ୍ୟବିବାହ ଓ ଯୌତୁକ ବିରୋଧୀ ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ। ପରି ଶେଷରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ସଚେତନା ବାର୍ତ୍ତା ନେଇ ଗ୍ରାମ ପରିକ୍ରମା କରିଥିଲେ। ଏହି ସଭାରେ ଯୋଜନା ଅଧିକାରୀ ଦିଲୀପ କୁମାର ସାହୁ ଗ୍ରନ୍ଥଗରିକ, ଜଗନ୍ନାଥ ସାହୁ ଖେଳ ଅଧିକାରୀ ଧନ୍ୟବାଦ ଦେଇଥିଲେ। ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.