ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ସନସାଇନ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ରଥ ଏବଂ ଶିକ୍ଷାବିତ ଏ ରାଜ ଗୋପାଳ ରାଓ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ ମହାନ୍ତି ଓ ସୁବ୍ରତ ନାୟକ ପରିଚାଳନା କରୁଥିଲେ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଏହି ବାର୍ଷିକ କ୍ରୀଡାରେ ୨ଟି ବର୍ଗରେ ବିଭିର୍ଣ୍ଣ ଖେଳ ହୋଇଥିଲା। ଯଥା ୫୦, ୧୦୦, ୨୦୦, ୪୦୦, ୫୦୦ ମିଟର ଦୌଡ଼, ଦଉଡି ଡ଼ିଆଁ, ପଛୁଆ ଦୌଡ଼, ଲମ୍ବ ଡିଆଁ, ତ୍ରିପଲ ଜମ୍ପ, ଏବଂ ଦଳଗତ ଭାବେ କବାଡି, ଖୋଖୋ, ହାଣ୍ଡ ବଲ ଖେଳ ହୋଇଥିଲା। ଏହି ପ୍ରତିଯୋଗିତାରେ ଜୁନିଅର ବର୍ଗର ବାଳିକା ବିଭାଗରେ ରାଜଲକ୍ଷ୍ମୀ ବିଷୋୟୀ ଏବଂ ବାଳକ ବିଭାଗରେ ଆଦର୍ଶ ବିଷୋୟୀ ଚାମ୍ପିୟନ ଘୋଷିତ ହୋଇଥିବା ବେଳେ ସିନିଅର ବର୍ଗର ବାଳିକା ବିଭାଗରେ ଦିବ୍ୟାନି ରାଣୀ କର ଏବଂ ବାଳକ ବିଭାଗରେ ଆଶିଷ ପାଣିଗ୍ରାହୀ ଚାମ୍ପିୟନ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସଭାପତି ଘୋଷଣା କରିଛନ୍ତି।