ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ସେବାୟତ ଜ୍ଞାନେନ୍ଦ୍ର ପୁଝାରୀଙ୍କ ବୁର୍ଲା ମେଡିକାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି। ସେ କିଛିଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏ ଖବର ପ୍ରସାରିତ ହେବା ପରେ ସେବାୟତ, ଭକ୍ତ ଓ କ୍ରୀଡ଼ାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ଭଲ କ୍ରିକେଟ୍ ଖେଳାଳି ଥିଲେ। ଏସଡିସିଏ ଓ ଚନ୍ଦ୍ର ଶେଖର ପାଠାଗାରର ସେ ଜଣେ ବରିଷ୍ଠ ସଭ୍ୟ ଥିଲେ। ଶ୍ରୀ ପୁଝାରୀଙ୍କ ମର ଶରୀରକୁ ସୋନପୁରର ଅନେକ ଖେଳ ପ୍ରେମୀ, ଭକ୍ତ, ବୁଦ୍ଧିଜୀବୀ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ରାମେଶ୍ବର ଶ୍ମଶାନ ଘାଟରେ ସ୍ବର୍ଗତ ପୁଝାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।