ବନ୍ଦ ପଡିରହିଛି ଷ୍ଟେଟ ବ୍ୟାଙ୍କ ଏଟିଏମ : ବଢୁଛି ଗ୍ରାହକ ଅସନ୍ତୋଷ

କର୍ଲାମୁଣ୍ଡା,୧୧/୬ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଅନେକ ଦିନଧରି ବନ୍ଦ ପଡିରହିଛି । ବର୍ତ୍ତମାନର ସମୟରେ ଟଙ୍କା ପଇସା ଉଠାଣ ଲାଗି ଏଟିଏମ ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ଏହା ବନ୍ଦ ରହୁଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଟିଏମ ବନ୍ଦ ଥିବାରୁ ଦୂର ଦୂରାନ୍ତରର ଲୋକେ ଖରାତରାରେ ଆସି ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ କରୁଛନ୍ତି । ଟଙ୍କା ଉଠାଇବା ପାଇଁ ଲମ୍ବା ଲାଇନରେ ଠିଆ ହୋଇ ଲୋକେ ଅତିଷ୍ଠ ହୋଇପଡୁଥିବା ପ୍ରକାଶ କରିଛନ୍ତି । କିନ୍ତୁ ଏହାଛଡା ଅନ୍ୟ ଉପାୟବି ନାହିଁ । ତେଣୁ ବ୍ୟାଙ୍କ କତୃପକ୍ଷ ଶିଘ୍ର ଏଟିଏମ ସେବା ଆରମ୍ଭ କରିବାକୁ ଗ୍ରାହକ ମାନେ ଦାବି କରିଛନ୍ତି ।

 

କର୍ଲାମୁଣ୍ଡାରୁ ବାଲକୁମର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.