ଫକୀରମୋହନ ଜୟନ୍ତୀ ଉପଲକ୍ଷେ ସାହିତ୍ଯ ପରିଷଦ ପକ୍ଷରୁ ଅନୁଷ୍ଠିତ ହେବ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ବିଭିନ୍ନ ପ୍ରତିଯୋଗିତା ଶାନ୍ତିକାନନ ଠାରେ ଅନୁଷ୍ଠିତ ହେବ ।

Omkar Vasthu
Omkar Vasthu

ଜାନୁଆରୀ ୧୪ ତାରିଖ ପୂର୍ବାହ୍ନ ୯ଟା ସମୟରେ ୩ୟ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିଳ୍ପୀ କବି ଅଶୋକ ମହାନ୍ତିଙ୍କ ସ୍ମୃତିରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସେହିଦିନ ପୂର୍ବାହ୍ନ ୧୦ଟା ସମୟରେ ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୧ଟା ସମୟରେ ୮ମରୁ ୧୦ମ ଶ୍ରେଣୀ ମଧ୍ୟରେ ବିଜ୍ଞାନ ଭିଭିକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚିତ୍ରାଙ୍କନର ବିଷୟବସ୍ତୁ ପ୍ରତିଯୋଗିତା ସମୟରେ ଜଣାଇ ଦିଆଯିବ ମାତ୍ର ବିଜ୍ଞାନଭିଭିକ ପ୍ରବନ୍ଧର ବିଷୟବସ୍ତୁ ହେଲା- ‘କୃତ୍ରିମ ବୁଦ୍ଧିମତ୍ତା । କୃତୀ ପ୍ରତିଯୋଗୀମାନଙ୍କୁ ୧୪/୦୧/୨୪ ତାରିଖ ରବିବାର ଅପରାହ୍ନ ୪.୩୦ ସମୟରେ ଉଦ୍‌ଘାଟନୀ ଉତ୍ସବରେ ପୁରସ୍କୃତ କରାଯିବ । ୧୬/୦୧/୨୪ ବୁଧବାର ପୂର୍ବାହ୍ନ ୯ଟା ସମୟରେ କ୍ଷୀରମଣି ଦେବୀ ଓ କ୍ଷେତ୍ରମୋହନ ପାଢ଼ୀଙ୍କ ସ୍ମୃତିରେ ‘ଫକୀରମୋହନଙ୍କ ସାହିତ୍ୟରେ ନାରୀଚରିତ୍ର’ ଶୀର୍ଷକରେ ତଥା ସେହିଦିନ ୧୦ଟା ସମୟରେ ସବିତାରାଣୀ ପାଢ଼ୀଙ୍କ ସ୍ମୃତିରେ ‘ଗୋପବନ୍ଧୁଙ୍କର ଉତ୍କଳ ପ୍ରୀତି’ ଶୀର୍ଷକରେ ଲିଖୁତ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାବ୍ୟତୀତ ସେହିଦିନ ମଧ୍ୟାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟସ୍ତରୀୟ ଫକୀରମୋହନଙ୍କ ସମ୍ପର୍କିତ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହିଦିନର କୃତୀ ପ୍ରତିଯୋଗୀମାନଙ୍କୁ ୧୭/୦୧/୨୪ ତାରିଖ ବୁଧବାର ପୂର୍ବାହ୍ନ ୧୦:୩୦ ସମୟରେ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ବରୂପ ଅର୍ଥରାଶି ପ୍ରଦାନ କରାଯିବ ବୋଲି ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସଂପାଦକ ଦୀପକ ବୋଷ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.