ବରିଷ୍ଠ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବରିଷ୍ଠ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଜାନୁଆରୀ ୧୫ ସୋମବାର ରାତିରେ ତାଙ୍କ ବିୟୋଗ ହୋଇଥିବାବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ଗ୍ରାମର ଶ୍ରୀ ଜାନୀ ଜାତୀୟ ଜନଜାତି ଆୟୋଗ ରାଜ୍ୟ ସଂଯୋଜକ, ଓଡ଼ିଶା ଆଦିବାସୀ ଭାଷା ସଂସ୍କୃତି ଏକାଡେମୀର ବୋର୍ଡ କମିଟି ସଦସ୍ୟ ଥିବାବେଳେ ଆଦିବାସୀ ସଂସ୍କୃତିର ବର୍ତ୍ତାବହ ‘ଭୀମା’ ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟରତ ଥିଲେ। ସେ ରାଜ୍ୟ ସରକାରଙ୍କ ଠାରୁ ଆଦିବାସୀ ପ୍ରତିଭା ସମ୍ମାନ ସମେତ ଦେବଗିରି କଳା ସମ୍ମାନ, ଓଡ଼ିଆ ବାର୍ତ୍ତା ସମ୍ମାନ ସହ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଥିଲେ। ଗତ ଡିସେମ୍ବର ୩୦ ଓ ୩୧ ଜାମସେଦପୁରରେ ଆୟୋଜିତ ଜାତୀୟସ୍ତରୀୟ ଜନଜାତି ଚିନ୍ତନ ଶିବିରରେ ଯୋଗଦେଇ ଜାନୁଆରୀ ୧ରେ ଗାଁକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବାଥରୁମରେ ପଡିଯାଇ ଗୁରୁତର ଆହତ ହୋଇଥିଲେ। ଏହାପରେ ସେ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ଜାନୀ ଜଣେ ପୂର୍ବତନ ଶିକ୍ଷକ ଥିବାବେଳେ ଜଣେ ମେଳାପି ଓ ବନ୍ଧୁ ବତ୍ସଳ ମଣିଷ ଥିଲେ। ସେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ଅଞ୍ଚଳର କଳା, ସଂସ୍କୃତି, ସାହିତ୍ୟ, ଲୋକନୃତ୍ୟର ବିକାଶ ଦିଗରେ କାର୍ଯ୍ୟ କରୁଥିଲେ।ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ, କନ୍ଧ ସମାଜ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଆଦିବାସୀ ନେତୃତ୍ବ ସୁରେଶ ଭୋଇ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଓଡ଼ିଆ ବାର୍ତ୍ତା ମୁଖ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ନିଳମଣି ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, କନ୍ଧ କବି କ୍ଷିତିଶ ଚନ୍ଦ୍ର ମାଝୀ, ନର୍ଲା ସାମ୍ବାଦିକ ୟୁନିଅନର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ରଞ୍ଜନ ମହାନ୍ତି, ଶିକ୍ଷାବିତ୍ ମଧୁସୂଦନ ରାଉତ, କୁମୁଦ ନାଏକ, ନଗେନ୍ଦ୍ର ପଧାନ, ସାହିତ୍ୟିକ କୁଳମଣି ସାହୁ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନି, ବୈଦ୍ୟରାଜ ପବିତ୍ର ଶବର, ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ, ଗାୟତ୍ରୀ ପରିବାର ନର୍ଲା ସମେତ ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ମଙ୍ଗଳବାର ସ୍ବର୍ଗତ ଜାନୀଙ୍କ ଶେଷକୃତ୍ୟ ହେବ ବୋଲି ତାଙ୍କ ଜ୍ୟେଷ୍ଠ ପୁତ୍ର ଜଗଦୀଶ୍ବର ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.