ନେସନାଲ କଲେଜରେ ନୂଆ-ଓ କାର୍ଯ୍ୟକ୍ରମର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ମହକୁମା ସିଲଦା ସ୍ଥିତ ସ୍ଥାନୀୟ ନ୍ଯାସନାଲ ମହାବିଦ୍ୟାଳୟ ଠାରେ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ନେସନାଲ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ହିତେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି କ୍ଷିତିଶ ଅଶୋକ ବୋଧଙ୍କର, ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ଅଶୋକ କୁମାର ପଟ୍ଟନାୟକ, ପ୍ରାଧ୍ୟାପକ ଦୁର୍ଲ୍ଲଭ ଚରଣ ବେହେରା ଓ ପ୍ରାଧ୍ୟାପକ ନୃସିଂହ ଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ଚାରିଦିନ ବ୍ଯାପି ବିଭିନ୍ନ ସାହିତ୍ୟ ପ୍ରତିଯୋଗିତା ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଡିଗ୍ରୀ ମହାବିଦ୍ୟାଳୟର ନୋଡ଼ାଲ ଅଧିକାରୀ ଅଧ୍ଯାପକ ଶିବ ପ୍ରସାଦ ସାହୁ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡ଼ାଲ ଅଧିକାରୀ ଅଧ୍ଯାପକ ଗୋପୀ ଗୋପାଳ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିବାବେଳେ ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.