ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହରର ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆସନ୍ତା ୨୨ ତାରିଖରେ ଜିଲ୍ଲାରେ ମଦ ଓ ମାଂସ ବିକ୍ରି ବନ୍ଦ କରିବା ପାଇଁ ନୂଆପଡା ଜିଲ୍ଲପାଳ ହେମକାନ୍ତ ସାୟଙ୍କୁ ଲିଖିତ ଅନୁରୋଧ କରାଯାଇଛି। ଜାନୁଆରୀ ୨୨ରେ ଅଯୋଧ୍ୟା ଠାରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମଗ୍ର ମାନବ ସମାଜ ତଥା ସନାତନ ଧର୍ମଧାରିଙ୍କ ଏକ ପବିତ୍ର ଦିନ ଅଟେ। ଏହି ପରିପେକ୍ଷୀରେ ନୂଆପଡା ସହରରେ ମଧ୍ୟ ଜନସାଧାରଣ ଶ୍ରୀରାମଙ୍କୁ ପୂଜାର୍ଚନା କରିବା ସାହିତ ଶୋଭଯାତ୍ର ଭଜନ କୀର୍ତ୍ତନ କରିବେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଗୋଟିଏ ଦିନ ପାଇଁ ମଦ ଓ ମାଂସ ଦୋକାନ ଗୁଡିକୁ ବନ୍ଦ ରଖିବା ପାଇଁ ଆଜି ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ନୂଆପଡା ଜିଲ୍ଲପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଏହି ଅବସରରେ ରାମ ମନ୍ଦିର ଟ୍ରଷ୍ଟ ସଭାପତି ବସନ୍ତ ସିଂ ଠାକୁର, ସମ୍ପାଦକ କ୍ଷିତୀଶ ଅଶୋକ ବୋଧଙ୍କର, ପୂଜକ ଅକ୍ଷୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।