ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆରେ ରୁପ୍ରାରୋଡ କ୍ରିକେଟ କମିଟି ଆନୁକୁଲ୍ୟରେ ଦିତୀୟ ଥର ପାଇଁ ଜାନୁୟାରୀ ୧୦ ରୁ ୨୦ ଯାଏଁ ଅନୁଷ୍ଠିତ ହେଉଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି। ବୁଧବାର ଏହାର ପ୍ରଥମ ସେମି ଫାଇନାଲ ମ୍ୟାଚ ମୁର୍ସିଂ ଓ ରାୟଗଡା ମଧ୍ୟରେ ଅନୁଷ୍ଠିତ ହୋଇଥଲା। ଏଥିରେ ରାୟଗଡା ଏକାଦଶ ୮ ୱିକେଟରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ସେହିଭଳି ଗୁରୁବାର ଦ୍ଵୀତୀୟ ସେମି ଫାଇନାଲ ମ୍ୟାଚ କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏକ ଚିତାକର୍ଷକ ମ୍ୟାଚରେ କେସିଙ୍ଗା ଏକାଦଶ ୫ ୱିକେଟରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ରୁପ୍ରାରୋଡ କ୍ରିକେଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି, ଚନ୍ଦନ ମହାନ୍ତି, ସଞ୍ଜୀବ ସେଠ୍, ସୁଶାନ୍ତ, ବାପୁନ, ସ୍ଵାଧୀନ, ମିଟୁ, ମାଧବ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିବା ଜଣାପଡ଼ିଛି। ହେମନ୍ତ ମାଝୀ ଓ ବେଣୁ ପଟେଲ ଅମ୍ପାୟର ଭାବରେ ଖେଳ ପରିଚାଳନା କରୁଥିଲେ। ଭକ୍ତ ଭୋଇ, ମାଧବ ମହାନ୍ତି ଓ ସୁଦୀପ ସ୍କୋର୍ବୋର୍ଡ ଦାଇତ୍ୱ ତୁଲାଇଥିଲେ। ନୀରଜ ଶାର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ୨୧ ତାରିଖ ରବିବାର ଦିନ ରାୟଗଡା ଓ କେସିଙ୍ଗା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଗତ ବର୍ଷରୁ ଏହି କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ କରି ଆରମ୍ଭ ହୋଇଥିଲା । କ୍ରୀକେଟ କମିଟିର ସଭାପତି ରିନେଶ ଅଗ୍ରୱାଲ ଓ ସମ୍ପାଦକ ନୀରଜ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହା ଅନୁଷ୍ଠିତ ହେଉଥିବା ବେଳେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଗତ ୧୦/୧ ରେ ଏହାକୁ ଉଦଘାଟନ କରିଥିଲେ। ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିବା ଜଣାପଡିଛି।