ଏଏଓ ଶିବାନୀ ପଧାନଙ୍କ ଦୁର୍ନିତିର ଚିଠା ନେଇ କୋରାପୁଟ ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ସାମ୍ବାଦିକ ରଞ୍ଜନ ମହାନ୍ତି

୩୦ ଲକ୍ଷ ଟଙ୍କା ଚଳୁ କରି ଛୁ ଚମ୍ପଟ ମାରିଛନ୍ତି ଶିବାନୀ ପଧାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ତତ୍କାଳୀନ ସହକାରୀ କୃଷି ଅଧିକାରିଣୀ ଶିବାନୀ ପଧାନଙ୍କ ଦୁର୍ନିତିର ଚିଠା ନେଇ କୋରାପୁଟ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି ସାମ୍ବାଦିକ ରଞ୍ଜନ ମହାନ୍ତି। ସେ ଏଏଓ ଶିବାନି ପଧାନଙ୍କ ଦିର୍ନିତିକୁ ନେଇ ଏକ ଲିଖିତ ଅଭିଯୋଗ କୋରାପୁଟ ଭିଜିଲାନସ୍ ବିଭାଗ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କୁ ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଚାଷୀଙ୍କ ୩୦ ଲକ୍ଷ ଟଙ୍କା ଚଳୁ କରି ଛୁ ଚମ୍ପଟ ମାରିଛନ୍ତି ଏଏଓ ଶିବାନୀ ପ୍ରଧାନ। ୨୦୧୯ ଜାନୁୟାରୀରେ ନର୍ଲାର ସହକାରୀ କୃଷି ଅଧିକାରୀ ଭାବରେ ନିଯୁକ୍ତି ପାଇଥିବା ଶିବାନୀ ପଧାନ ୨୦୨୨ ମାର୍ଚ୍ଚ ମାସ ଯାଏଁ ନର୍ଲା କୃଷି ଅଫିସରେ କାମ କରୁଥିଲେ। ସ୍ଥାନୀୟ ସାମ୍ବାଦିକ ମାନେ ତାଙ୍କ ସମୟର ବିଭିନ୍ନ ଯୋଜନାର ଖର୍ଚ୍ଚ ଅଟକଳ ସୂଚନା ଅଧିକାର ଆଇନରେ ମାଗିବାରୁ ଦୁଇଜଣ ସାମ୍ବାଦିକଙ୍କୁ ମିଥ୍ୟା ଜାତିଆଣ କେସରେ ଫସାଇଥିଲେ। ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ମଗାଯାଇଥିବା ସୁଚନା ଅଧିକାର ଆଇନର ତଥ୍ୟକୁ ଆଧାର କରି ଜାଣିବାକୁ ମିଳିଛି ଶିବାନୀ ପଧାନଙ୍କ ଦୁର୍ନିତିର କଳା କାରନାମା। ସୂଚନା ଅଧିକାର ଆଇନରେ ନର୍ଲା କୃଷି ଅଫିସ୍ ରେ ତାଙ୍କ କାର୍ଯ୍ୟକାଳ ସମୟ ଅବଧି ମଧ୍ୟରେ ଚାଷୀଙ୍କୁ ବଣ୍ଟା ଯାଇଥିବା ବିହନ, ସାର, କୀଟନାଶକ ଔଷଧ, ରିହାତି ଦରରେ ପ୍ରଦାନ କରାଯାଇଥିବା କୃଷି ଯନ୍ତ୍ରପାତି, ଚାଷୀଙ୍କୁ ନେଇ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ କ୍ଷେତ୍ର ଦିବସ ଗୁଡିକରେ ହୋଇଥିବା ବ୍ୟୟ ଅଟକଳ। ଆତ୍ମା ଯୋଜନା ର ବିଭିନ୍ନ ସ୍କିମ ଓ ତାଲିମ ଶିବିର ଗୁଡିକ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରାଶିର ବିଲ ଭାଉଚର ଓ ସବିଶେଷ ତଥ୍ୟ ସବୁ ମଗାଯାଇଥିଲା ସୁଚନା ଅଧିକାର ଆଇନରେ । ଅଳ୍ପ କିଛି ତଥ୍ୟ ସୂଚନାରେ ଦେଇ ବାକିତକ ମୁଖ୍ୟ ସୂଚନାର ତଥ୍ୟ ଦେଇନପାରି, ସୁଚନାର ବିନ୍ଦୁ ଗୁଡିକ ଦେଖି ଇତସ୍ତତ ହୋଇ ନର୍ଲାର ସାମ୍ବାଦିକ ରଞ୍ଜନ ମହାନ୍ତି ଓ ଲିଙ୍ଗରାଜ ମିଶ୍ରଙ୍କ ନାମରେ ମିଥ୍ୟା ଜାତିଆଣ ଆକ୍ଷେପ ନେଇ କେସ୍ ଦାଏର କରିଥିଲେ ନର୍ଲା ଥାନାରେ। ପୋଲିସକୁ ଟଙ୍କା ପଇସା ଦେଇ ସାମ୍ବାଦିକ ମାନଙ୍କ କଣ୍ଠରୋଧ ପାଇଁ ପ୍ରୟାସ କରିଥିଲେ। ଆତ୍ମା ଯୋଜନାର ସେ ଅଧିକାରିଣୀ ରହିଥିବା ବେଳେ ଆତ୍ମା ଅଧ୍ୟକ୍ଷଙ୍କୁ ହାତ ବାରିଷି କରି ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ଅର୍ଥରାଶି, ସେହିଭଳି ତିନି ବର୍ଷ ଧରି ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀଙ୍କ ପାଇଁ ହୋଇଥିବା କ୍ଷେତ୍ର ଦିବସ ଗୁଡିକର ଅର୍ଥରାଶି ଏଭଳି ସର୍ବମୋଟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହଡପ କରିଥିବା ଜଣାପଡିଛି। ଗତବର୍ଷ ୨୦୨୧ ଡିସେମ୍ବର ୨୯ ରେ କେସ୍ ଦାଏର କରିବା ପରେ ନର୍ଲା କୃଷି ଅଫିସ୍ କୁ ଆଉ ଭଲକରି ଡ୍ୟୁଟି ଆସି ନଥିଲେ। ଲକ୍ଷାଧିକ ସରକାରୀ ଅର୍ଥ ହଡପର ଭିଜିଲାନ୍ସ ତଦନ୍ତ ଭୟରେ ଅନ୍ୟତ୍ର ବଦଳୀ ପାଇଁ ମାସ ମାସ ଧରି ଭୁବନେଶ୍ୱରେ ଡେରା ମାରି ଶେଷରେ ଚମ୍ପଟ ମାରିଥିଲେ ଚକାପାଦ ବ୍ଲକକୁ। ନର୍ଲାର ଦୁଇ ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପର ମିଥ୍ୟା କେସରେ ଫସାଇ ଥିଲେ ଏଏଓ ଶିବାନୀ ପଧାନ। ନିଜ ଅଧସ୍ତନ କର୍ମଚାରୀ ମାନଙ୍କୁ ଡରାଇ ଧମକାଇ ସାକ୍ଷୀ କରାଇଥିଲେ ଏଏଓ ପଧାନ। ଏବେ ସାକ୍ଷୀ ମାନେ ମୁହଁ ଖୋଲି ଆମେ ଏ ବିଷୟରେ କିଛି ଜାଣିନୁ କିମ୍ବା ସାକ୍ଷ୍ୟ ଭାବରେ ଦସ୍ତଖତ ଦେଇନୁ ବୋଲି ବୟାନ ଦେଇସାରିଛନ୍ତି। ଦିର୍ନିତିର ଲମ୍ବା ତାଲିକା ତାଙ୍କର ଗୁଣ ଗାନ କରୁଛି ନର୍ଲା କୃଷି ଅଫିସର। ଆଜି ନର୍ଲା କୃଷି ଅଫିସ ଏଏଓ ଶିବାନୀ ପଧାନଙ୍କ ଦୁର୍ନିତିର କଳା କାରନାମା ପାଇଁ ବଦନାମ ହୋଇପଡିଛି। ଏଣୁ ନର୍ଲା ଚାଷୀ ମାନଙ୍କ ତରଫରୁ ଦାବୀ ହେଉଛି ଯେ ନର୍ଲାର ତତ୍କାଳୀନ କୃଷି ଅଧିକାରୀଣୀ ଶିବାନୀ ପଧାନଙ୍କ ଦୁର୍ନିତିକୁ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଚାଷୀ ମାନଙ୍କ ତରଫରୁ କୋରାପୁଟ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇ ଏଏଓ ଶିବାନି ପଧାନଙ୍କ ଦିର୍ନିତିକୁ ନେଇ ଏକ ଲିଖିତ ଅଭିଯୋଗ କୋରାପୁଟ ଭିଜିଲାନସ୍ ବିଭାଗ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କୁ ପ୍ରଦାନ କରିଛନ୍ତି ଫୋକସ ପ୍ଲସ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.