ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସତସଙ୍ଗ ବିହାର ଠାରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ବର୍ଗର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚରକ୍ତ ଚାପ, ମଧୁମେହ, ସାଧାରଣ ଜ୍ୱର, କାଶ, ଅଣସଂକ୍ରମଣ ରୋଗ ମାନଙ୍କ ସବିଶେଷ ଚିକିତ୍ସା ଓ ଅନ୍ୟାନ୍ୟ ଗୁରୁତର ଚିକିତ୍ସା ମାନଙ୍କ ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ଶିବିରକୁ ସ୍ଥାନୀୟ ସତସଙ୍ଗ ବିହାରର ଆୟୋଜକ କମିଟି ଆୟୋଜନ ଓ ସହାୟତା କରିଥିବା ବେଳେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା. ରାକେଶ ମୁଣ୍ଡ ଙ୍କ ସହିତ ଡ଼ା. ସୁଦାମ ମେହେର, ଡ଼ା ହିମାଂଶୁ ମିଶ୍ର, ଡ଼ା ଶିବବ୍ରତ ଦାସ ଚିକିତ୍ସା ପରିଚାଳନା କରିଥିଲେ। ଉକ୍ତ ଶିବିର ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ସଭ୍ୟସଭ୍ୟା ସୂର୍ଯ୍ୟଶ୍ମି ହୋତା, ମାମି ସିଂଦେଓ, ରୋଜାଲିନା ହୋତା, ରୋନି ବଗର୍ତ୍ତୀ, ନିକୁଞ୍ଜ ବଗର୍ତ୍ତୀ, ମଣିଭଦ୍ର ବେହେରା, ଅଞ୍ଜଳି ନାଗ, ବିପିନ ବିହାରୀ ସେଠ, ଆଶା ପାଣ୍ଡିଆ, ସସ୍ମିତା ସିଂ ଇତ୍ୟାଦି ଯୋଗଦାନ କରି ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କୁ ଆଗେଇ ନେଇଥିଲେ। ସହରାଞ୍ଚଳ ର ମାଗଣା ସ୍ୱାସ୍ଥ୍ୟ କେନ୍ଦ୍ର ର ସୁନ୍ଦର ଆୟୋଜନ ପାଇଁ ଅନୁଷ୍ଠାନର ନିର୍ଦେଶକ ଓ ଚେୟାରମେନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।