ନିଖିଳ ଉତ୍କଳ ଖଡୁରା ସମାଜର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରଭୁ ରାମଚନ୍ଦ୍ର ଙ୍କ ଦ୍ୱାରା ଲାଉତୁମ୍ବା ଦ୍ୱାରା ପୂଜିତ ଏହି ତୁମ୍ବେଶ୍ୱର ମହାଦେବ ଙ୍କ ପୀଠରେ 1981 ବର୍ଷରେ ଏହି ସ୍ଥାନରେ ପ୍ରଥମ ଥର କରି ଗଞ୍ଜାମ ଜିଲ୍ଳାର 21ଗୋଟି ପେଣ୍ଠ କୁ ନେଇ ନିଖିଳ ଉତ୍କଳ ଖଡୁରା ସମାଜର ସମ୍ମିଳନୀ ଆରମ୍ଭ କରାଯାଇଥିଲା | ତେବେ ପୁଣି ଆଜି ଦୀର୍ଘ 42 ବର୍ଷ ପରେ ରାଜ୍ୟ ଓ ବିଭିର୍ଣ୍ଣ ଜିଲ୍ଳାର ବହୁ ପେଣ୍ଠ ମାନଙ୍କରେ ଜିଲ୍ଲା ସମ୍ମିଳନୀ ହୋଇ ପୁଣି ଏହି ତୁମ୍ବେଶ୍ୱର ଙ୍କ ପୀଠରେ 2 ଥର ଲାଗି ବର୍ତ୍ତମାନ ଗଞ୍ଜାମ ଜିଲ୍ଳାର 27 ଗୋଟି ପେଣ୍ଠ ଓ ସାରା ରାଜ୍ୟର 106 ଗୋଟି ପେଣ୍ଠ ର କର୍ମକର୍ତ୍ତା ଙ୍କୁ ନେଇ ଏହି ସମ୍ମିଳନୀ ପ୍ରତାପୁର ପେଣ୍ଠ ର ସଭାପତି ସୁଦର୍ଶନ ନାୟକ ଙ୍କ ସଂଯୋଜନା ରେ ଏବଂ ପ୍ରତାପୁର ଖଡୁରା ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ଖଡୁରା ସମାଜର ଜିଲ୍ଲା ସମ୍ମିଳନୀ ଆରମ୍ଭ କରା ଯାଇଥିଲା |

ଏହି ସସ୍ମିଳନୀ ର ଆରମ୍ଭରେ ପ୍ରଭୁ ତୁମ୍ବେଶ୍ୱର ମହାଦେବ ଙ୍କୁ ପୁଜା ର୍ଚନା କରାଯାଇ ଥିଲା ଏବଂ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ବୈଠକ ସ୍ଥଳରେ ରଖା ଯାଇ ପ୍ରତପୁର ପେଣ୍ଠ ସଭାପତି ସୁଦର୍ଶନ ନାୟକ ଉପସ୍ଥିତି ରେ ଏବଂ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସମ୍ପାଦକ ପ୍ରସନ୍ନ କୁମାର ନାୟକ ଯୋଗଦେଇ ଥିବା ବେଳେ, କେନ୍ଦ୍ରୀୟ ଉପଦେଷ୍ଟା ଆପନା ମହାପାତ୍ର, ସନ୍ୟାସୀ ନାୟକ, କେନ୍ଦ୍ରୀୟ ସହ ସମ୍ପାଦକ ଚନ୍ଦ୍ର ଶେଖର ନାୟକ, ଅକ୍ଷୟ କୁମାର ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ ଓ ସମାଜର ବରିଷ୍ଟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ ଏହି ନିଖିଳ ଉତ୍କଳ ଖଡୁରା ଜିଲ୍ଲା ସମ୍ମିଳନୀ ଏବଂ ସଭାକାର୍ଯ୍ୟ ଆରମ୍ଭ କରିଥିଲେ | ଆଜିର ଏହି ସମ୍ମିଳନୀ ର ମୁଖ୍ୟ ଲକ୍ଷ ଥିଲା ରାଜ୍ୟରେ ଏହି 106 ଗୋଟି ପେଣ୍ଠ ର ସଦସ୍ୟ ମାନଙ୍କୁ ନେଇ ନିଖିଳ ଉତ୍କଳ ଖରୁଡ଼ା ସମାଜ ପଞ୍ଜିକରଣ କରାଇ ସଙ୍ଘର | ବହୁବିଧ ଅଭାବ, ଅସୁବିଧା ଓ ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କ ନିକଟ ତର ହୋଇ ବିଭିର୍ଣ୍ଣ ସହଯୋଗ ଲାଭ କରିବା | ଏବଂ ନିଜ ଜାତିର ଅବହେଳିତ ଲୋକଙ୍କ ସହ ରାଜ୍ୟର ଅବହେଳିତ କିଛି ଲୋକଙ୍କୁ ସହଯୋଗ କରିବା | ଜାତୀୟ ଛାତ୍ର, ଛାତ୍ରୀ ଙ୍କୁ ଶିକ୍ଷା ସହିତ ସାମାଜିକ, ଆର୍ଥିକ, ଓ ଅନ୍ୟାନ୍ୟ କ୍ଷେତ୍ର ରେ ସବୁକିଛି ସହଯୋଗ କରିବାକୁ ଜାତୀୟ କର୍ମକର୍ତ୍ତା ମାନେ ପେଣ୍ଠ ସ୍ତରୀୟ ସଦସ୍ୟ ଙ୍କୁ ନେଇ ଆଲୋଚନା କରିଥିଲେ |

ତେବେ ମୁଖ୍ୟ ବିଷୟ ଥିଲା ଜିଲ୍ଲା ସଭାପତି ଚୟନ ଓ ଅନ୍ୟାନ୍ୟ ପେଣ୍ଠ କର୍ମକର୍ତ୍ତା ଚୟନ ତେବେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଡ. ଯୋଗେନ୍ଦ୍ର ନାୟକ ଙ୍କୁ ଜିଲ୍ଲା ସଭାପତି ଓ ସଂଯୋଜକ ଭାବେ ମନୋନୀତ କରିବା ସହ ଅନ୍ୟାନ୍ୟ ପେଣ୍ଠ କର୍ମକର୍ତ୍ତା ମଧ୍ୟ ଚୟନ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ପ୍ରତାପୁର ପେଣ୍ଠ ଉପସଭାପତି ଵାପିନ ନାୟକ, ପୂର୍ବତନ ସଭାପତି ଲକ୍ଷ୍ମଣ ନାୟକ, ଉପଦେଷ୍ଟା ଭାସ୍କର ନାୟକ, ପ୍ରସନ୍ନ କୁମାର ନାୟକ, କାହ୍ନୁ ନାୟକ, କେଦାର ନାୟକ, ସନ୍ତୋଷ କୁମାର ନାୟକ ନକୁଳ ସେନାପତି, ପ୍ରଦୀପ କୁମାର ନାୟକ ଙ୍କ ସହ ବହୁ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.