ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଭାଷା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନ ସଭା ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଛବିଲାଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ବିଶିଷ୍ଟ ନାଟ୍ୟକାର ଉମେଶଚନ୍ଦ୍ର ଶତପଥୀ, ପ୍ରାବନ୍ଧିକ ଦାଶରଥି ଆଚାର୍ଯ୍ୟ ଏବଂ ବିଶିଷ୍ଟ ସମାଲୋଚକ ପ୍ରତାପ ସେନାପତି ପ୍ରମୁଖ ଯୋଗଦାନ କରି ଓଡ଼ିଆ ଭାଷାର ମହନୀୟତା ଓ ଓଡ଼ିଆ ଜନଜୀବନରେ ଏହାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରମିଳା ମେହେର, କୈଳାସ ହଂସ, ଜୟନ୍ତୀ ଗହୀର, ତୁଳସୀ କରୁଆଁ ପ୍ରମୁଖ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ସେହିପରି ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ଉମାଶଙ୍କର କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକ ବିଜୟ ପ୍ରଧାନ ଓ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସସ୍ମିତା, ରିହା, ସଭ୍ୟା, ବୃନ୍ଦାବତୀ ପ୍ରାରମ୍ଭିକ ସଙ୍ଗୀତ ଓ ପ୍ରେରଣାଦାୟୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଛାତ୍ର ସୁଜିତ କୁମାର ରଣା କରିଥିବାବେଳେ ଛାତ୍ରୀ ରିହା ପୁରୋହିତ ଧନ୍ୟବାଦ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ନୋଡାଲ ଅଫିସର ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ଶୁଭେନ୍ଦୁ କୁମାର ପାଢୀ, ପ୍ରତାପ ଚନ୍ଦ୍ର ଦାଶ ଓ ସୁଶାନ୍ତ କୁମାର ଦାଶ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ୧୦୧ ସାହିତ୍ୟିକଙ୍କ ଫଟୋଚିତ୍ର ଓ ସାରସ୍ୱତ କୃତି ତଥା ଓଡ଼ିଶାର ଭାଷା ଓ ଲିପି ସମ୍ପର୍କିତ ବିଶାଳ ମନୋଜ୍ଞ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.