ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସ୍ଥାନୀୟ ଭଇରୋବ ଫିଲଡ ଖେଳ ପଡିଆ ଠାରେ ଜିଲ୍ଲାର ଷୋହଳ ଗୋଟି ଟିମକୁ ନେଇ ଚାଲିଥିବା ଜେଡିସିସି କପ ଜୁନାଗଡ଼ ନରେନ୍ଦ୍ର ଭୋଇ ମେମୋରିଆଲ ଟେନିସ ବଲ ଟୁର୍ନାମେଣ୍ଟର ଚତୁର୍ଥ ଦିନରେ ଡଙ୍ଗରିଗୁଡା ଏବଂ ମିକୁନ ୧୧ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି। ଟସ ଜିତି ମିକୁନ ୧୧ ପ୍ରଥମେ ବ୍ୟଟିଙ୍ଗ କରି ୧୧-୧ ଓଭର ରେ ସମସ୍ତ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଜବାବରେ ଡ଼ଙ୍ଗିରିଗୁଡା ଦଳ ୭ ଓଭରରେ ୩ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ଡ଼ଙ୍ଗିରି ଗୁଡା ୭ ଉଇକେଟରେ ବିଜୟୀ ଘୋଷିତ ହୋଇଥିଲେ। ଖେଳରେ ମୁଖ୍ୟ ଅତିଥି ଭାବେ ଉଦ୍ଧବ ସାହୁ ଯୋଗଦାନ କରି ଟିମ ମାନଙ୍କୁ ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ। ଖେଳ କୁ ପରିଚାଳନା କରିଥିଲ ମୁନା ଓ ଶିବ ବାରିକ। ସ୍କୋରରେ ମୋସୀମ ଖାନ ଓ କମେଣ୍ଟ୍ରି ବିପିନ ବାଗ, ଜଗଦୀଶ ଦାୟିତ୍ୱ ତୁଲାଇ ଥିଲେ। ଖେଳରେ ସଭାପତି ମୋନଜ କୁମାର ନାଏକ, ସମ୍ପାଦକ ଯୋଗିନୀ ପୂଜାରୀ, କୋଷାଧକ୍ଷ ଜିତୁ ନାଏକ, ଅରବାଜ, ଜାଖୀର, ଜାଭିଡ, ଆର୍ତ୍ତ, ରାହୁଲ, ଡିକସନ ପ୍ରମୁଖ ଉପସ୍ଥିତ ଥିଲେ।