ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସାଇନ୍ସ ପାର୍କ ସମ୍ମୁଖ ସଂକ୍ରିଗୁଡାଠାରେ କଳାହାଣ୍ଡି ଜିଲ୍ଲା ଯାଦବ ଭବନ ନିର୍ମାଣ ପାଇଁ ଭୂମୀ ପୂଜା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିବାବେଳେ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇଥିଲେ। ଏଥିରେ ଭବାନୀପାଟଣା ପୌରଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କୀର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଭୂମୀଦାତା ସୁଦର୍ଶନ ବେହେରା, ସମାଜସେବୀ ଇଂ ସୁଶିଲ କୁମାର ଶବର, ଜିଲ୍ଲା ଓ ୧୩ଟି ବ୍ଲକର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଯାଦବ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ତାଙ୍କୁ ସଭାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ଓ ଭବାନୀପାଟଣା ସହର ଯାଦବ ସମିତିର କାର୍ଯ୍ୟକାରୀ ସଭାପତି ପିତବାସ ବେହେରା ମଞ୍ଚ ସଂଯୋଜନା କରିଥିଲେ। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଭବାନୀପାଟଣା ସହର ଯାଦବ ସମିତି ସଭାପତି ରବୀନ୍ଦ୍ର ଲାଲ ଯାଦବ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବିଶି ଓ ଅନ୍ୟମାନେ ସହଯୋଗ କରିଥିଲେ।