ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ଶିକ୍ଷକ ଭବନ ଠାରେ କଳାହାଣ୍ଡି ଜିଲ୍ଲା ଏନ୍ଏମ୍ଓପିଏସ୍ ସଭାପତି ସାମନ୍ତ କୁମାର ପଟ୍ଟଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧିରେନ୍ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବସନ୍ତ କୁମାର, ପ୍ରଦ୍ୟୁମ୍ନ ହୋତା, ମଧୁସୂଦନ ପ୍ରଧାନ, ଚିତ୍ତରଞ୍ଜନ ଦଳପତି, ତ୍ରିବେଣୀ ପାଣିଗ୍ରାହୀ, ପ୍ରଫୁଲ୍ଲ ଠାକୁର, ଗିରିଜା ସାହୁ, ଉଗ୍ରସେନ ସାହୁ, ଦୁର୍ଗାମାଧବ ପଣ୍ଡା, ଲଲିତ କୁମାର ନେଗୀ, ବୀରେନ୍ଦ୍ର ମୁଣ୍ଡ, ଶୁଭେନ୍ଦୁ ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ରାଜକୁମାରୀ ନାଏକ, ଭୁବନେଶ୍ୱର ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଏନ୍ଏମ୍ଓପିଏସ୍ ସଂଘ ଦ୍ୱାରା ଆସନ୍ତା ୧୮ ତାରିଖରେ ହେବାକୁ ଥିବା ମହା ଆନ୍ଦୋଳନରେ ଜିଲ୍ଲା ତରଫରୁ କିପରି ଶତପ୍ରତିଶତ ଯୋଗଦାନ କରିବାକୁ ହେବ, ସେନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଜ ହକ, ନିଜ ଅଧିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସନ୍ତା ରବିବାର ଦିନ ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିରୀକୃତ କରାଗଲା। ଏଥିରେ ଜିଲ୍ଲା ଏନ୍ଏମ୍ଓପିଏସ୍ ସମ୍ପାଦକ ଲଲିତ କୁମାର ନାଏକ ସଭା ପରିଚାଳନା କରିଥିବା ବେଳେ ଉପସଭାପତି ଚିତ୍ତରଞ୍ଜନ ଦଳପତି ଧନ୍ୟବାଦ ଜ୍ଞାପନ କରିଥିଲେ।