୧୧ରେ ନର୍ଲା ସତସଙ୍ଗ କେନ୍ଦ୍ରର ବାର୍ଷିକ ମହାମହୋତ୍ସବ 

ପାଳିତ ହେବ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଫେବୃୟାରୀ ୧୧ ତାରିଖ ରବିବାର ଦିନ ନର୍ଲା ସତସଙ୍ଗ କେନ୍ଦ୍ରଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ୧୩୬ ତମ ଶୁଭ ଜନ୍ମ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଦିନ ନର୍ଲା ସତସଙ୍ଗ କେନ୍ଦ୍ରର ସପ୍ତଦଶ ତମ ବାର୍ଷିକ ମହାମହୋତ୍ସବ ତଥା ନବ ନିର୍ମିତ ଶ୍ରୀମନ୍ଦିରର ରତ୍ନମୂଦ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ ବୋଲି ଗୁରୁବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ୧୧ ତାରିଖରେ ଉଷା କୀର୍ତ୍ତନ, ସଂଗୀତାଞ୍ଜଳୀ, ନଗର ସଂକୀର୍ତ୍ତନ୍ୟ, ମାତୃ ସମ୍ମିଳନୀ, ହୋମ ଯଜ୍ଞ, ସତସଙ୍ଗ, ଆନନ୍ଦ ବଜାର ପ୍ରସାଦ ସେବନ ଆଦି ଦିବସବ୍ୟାପି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି। ଏହାସହ ବିଶେଷଜ୍ଞ ଡ଼ାକ୍ତରୀଦଳଙ୍କ ଦ୍ବାରା ମେଡ଼ିକାଲ କ୍ୟାମ୍ପ କରାଯିବାସହ ଜନସାଧାରଣଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଲା ସତସଙ୍ଗ କେନ୍ଦ୍ରର ସଭାପତି ବଟକୃଷ୍ଣ ଡାକୁଆ, ସମ୍ପାଦକ ସରୋଜ କୁମାର ଜେନା, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ଦିଲୀପ କୁମାର ସାହୁ, ସନ୍ତୋଷ ପୃଷ୍ଟି, ନାଥ ପୃଷ୍ଟି ଓ ହୃଷିକେଶ ଭୋଇ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.