ରାଜ୍ୟ ସ୍ତରୀୟ ଭଞ୍ଜଭୂମି କରାଟେ ଚମ୍ପିୟାନସିପରେ ଥୁଆମୂଳ ରାମପୁରର ସଫଳତା

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟରେ ଚାଲିଥିବା ଜାତୀୟ ସ୍ତରୀୟ ଭଞ୍ଜଭୂମି ଗୁଜୋରିଓ କରାଟେ ଚାମ୍ପିୟନ-୨୦୨୪ ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ଓଡ଼ିଶା, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୋଟ ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କୋଶଲ୍ କରାଟେ ସ୍କୁଲର ପ୍ରଶିକ୍ଷାର୍ଥୀ ମାନେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ଫେରିଛନ୍ତି। ଫାଇଟ୍ ଏବଂ କାତା ଉଭୟ ପ୍ରତିଯୋଗୀତାରେ ଜୁନିୟର ସିନିୟର ବର୍ଗରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଥୁଆମୂଳ ରାମପୁରର ସେନସାଇ ପ୍ରଶିକ୍ଷକ ହୀତେଶ କୁମାର ନାଏକ ଫାଇଟ୍ ରେ ସ୍ବର୍ଣ୍ଣ,କାତାରେ ସେମପାଇ ମୁଲ୍ୟାୟନ ନାଏକ ସ୍ବର୍ଣ୍ଣ, ଫାଇଟ୍ ରେ ହିମାଂଶୁ ମାଝୀ ସ୍ବର୍ଣ୍ଣ,ଫାଇଟ୍ ରେ ମହମ୍ମଦ ଅର୍ଶଙ୍କୁ ରୌପ୍ୟ ଏବଂ ଜିଲ୍ଲାର ଜୁନାଗଡ ଚାରବାହାଲ ଗ୍ରାମର ବିଶ୍ବ ରଞ୍ଜନ ସାହୁ ଫାଇଟ୍ ରେ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ, ଜିଲ୍ଲା ତଥା ନିଜ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଫେରିଥିବା ପ୍ରତିଯୋଗୀମାନଙ୍କୁ ଅଞ୍ଚଳବାସୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.