ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଦିନ ୧୦ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ୭୫ ଜଣ ସେବକ ହୃଷିକେଶ ଭୋଇଙ୍କ ନେତୃତ୍ୱରେ ସମ୍ବଲପୁର ରେଲୱେ ଷ୍ଟେସନରୁ ଅଯୋଧ୍ୟା ପ୍ରଭୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦର୍ଶନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ମହିଳା ଓ ପୁରୁଷ ଉଭୟେ ସାମିଲ ହୋଇଛନ୍ତି। ଗତ ୨୨.୦୧.୨୦୨୪ ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ୫୦୦ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହୋଇ ପ୍ରଭୁ ନିଜ ଜନ୍ମସ୍ଥାନକୁ ଫେରିବା ଅବସରରେ ସାରା ବିଶ୍ୱରେ ଏକ ଅଭୂତ ପୂର୍ବ ଉତ୍ସବ ପାଳନ ହୋଇ ବିଶ୍ବ ରାମମୟ ହୋଇ ଯାଇଥିଲା। ସେହିଭଳି ମନ୍ଦିର ମାଳିନୀ ତଥା ପାତାଳୀକ୍ଷେତ୍ର ସୁବର୍ଣ୍ଣପୁରର ପ୍ରତ୍ୟେକଟି ପରିବାର ଓ ମନ୍ଦିରରେ ଉତ୍ସବ ପାଳନ ହୋଇଥିଲା। ସୋନପୁରର ଅନେକ ରାମ ଭକ୍ତ ଉତ୍କଣ୍ଠାର ସହ ପ୍ରଭୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଭିଡକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରାଣ ପ୍ରତିଷ୍ଠା ଦିନ ଭକ୍ତମାନେ ଅଯୋଧ୍ୟା ଯାଇ ପାରିନଥିଲେ। ଆଜି ସୁଗମ ଦର୍ଶନ ପାଇଁ ପ୍ରାରମ୍ଭରୁ ପର୍ଯ୍ୟାୟ କ୍ରମେ ପ୍ରଥମ ଥର ୭୪ଜଣ ଭକ୍ତ ଦର୍ଶନ ପାଇଁ ସ୍ପେଶିଆଲ ଟ୍ରେନରେ ସମ୍ବଲପୁର ଠାରୁ ବାହାରିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଯାତ୍ରା ଚାଲୁ ରହିବ। ଏହି ଯାତ୍ରା ପାଇଁ ସୋନପୁର ଜିଲ୍ଲାବାସୀ ଅନେକ ଅନେକ ଶୁଭକାମାନା ଜଣାଇବା ସହ ଶୁଭ ଯାତ୍ରା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।