ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପଞ୍ଚଦଶ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସ୍ଵପ୍ନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ପଞ୍ଚଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଶିକ୍ଷାବିତ ପ୍ରଫୁଲ କୁମାର ରଥ, ସାମ୍ନାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବରିଷ୍ଟ ନାଗରିକ ସଙ୍ଘର ଉପସଭାପତି ସୁବାଷ ଚନ୍ଦ୍ର ମିଶ୍ର, ଗଞ୍ଜାମ ଜିଲ୍ଲା କାର୍ଯ୍ୟ କାରି ସଭାପତି କବିରାଜ ସାହୁ, ପୁରୁଷୋତ୍ତମପୁର ବରିଷ୍ଟ ଅବସର କର୍ମଚାରୀ ସଙ୍ଘ ର ପୂର୍ବତନ ସଂଘ ସଭାପତି ରଘୁନାଥ ସାହୁ, ପୂର୍ବତନ ସଭାପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଟ ଶିକ୍ଷାବିତ ତଥା ସଙ୍ଘ ସଦସ୍ୟ ଏ ରାଜ ଗୋପାଳ ରାଓ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ବରିଷ୍ଟ ନାଗରିକ ସଂଘ ର ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଯୋଗଦେଇ ମଞ୍ଚାସିନ ହୋଇ ଥିଲା ବେଳେ, ପୁରୁଷୋତ୍ତମପୁର ଅବସର ପ୍ରାପ୍ତ ବରିଷ୍ଟ ନାଗରିକ ସଙ୍ଘର ସମ୍ପାଦକ ହରିହର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରି ବରିଷ୍ଟ ନାଗରିକ ମାନଙ୍କ ପାଇଁ ସରକାର ଙ୍କ ବିଭିର୍ଣ୍ଣ ଯୋଜନା ର ସୁବିଧା ଓ ଅସୁବିଧା ସହିତ, ସେମାନଙ୍କ ଯାହା ଅସୁବିଧା ଓ ନିହାତି ଦରକାର ସ୍ୱାସ୍ଥ୍ୟ, ଓ ନିତ୍ୟ ବ୍ୟବହାର ଦରକାରୀ କାର୍ଯ୍ୟ ଉପରେ ମଧ୍ୟ ସେ ବିବରଣୀ ପାଠ କରିଥିଲେ | ଏବଂ ସଭାପତି ଜଟେଶ୍ୱର ମହାପାତ୍ର ଏବଂ ସଙ୍ଘ ର ଉପସଭାପତି ଅଜୟ କୁମାର ପରିଡା, ସହସମ୍ପାଦକ ଭାବେ ଦଣ୍ଡ ପାଣି ବେହେରା, ମଧ୍ୟ ମଞ୍ଚାସିନ ହୋଉ ଥିଲେ | କିପରି ବରିଷ୍ଟ ମେଡିକାଲ ଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କାର୍ଡ ଏବଂ ସରକାରୀ ଲୋନ ସ୍ତର ରେ କିପରି ସହାୟତା ମିଳିବ ସେ ବିଷୟ ରେ ଉପସ୍ଥିତ ମଞ୍ଚାସିନ ଅତିଥି ମାନେ ଆଲୋଚନା କରିଥିଲେ। ସଂଘର ସଭାପତି ଜଟେଶ୍ୱର୍ ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ୧ଶହ ରୁ ଅଧିକ ଅବସର ପ୍ରାପ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.