ରଥ ସାହି ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ନିଯୁକ୍ତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ରଥସାହିରେ ଥିବା ଜଗନ୍ନାଥ ମନ୍ଦିରର ପରିଚାଳନା ଟ୍ରଷ୍ଟି ଭାବେ ସିମାଞ୍ଚଳ ମହାପାତ୍ର ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ | ତେବେକିଛି ଲୋକଙ୍କ ଦରଖାସ୍ତ ଓ ନୂତନ ଟ୍ରଷ୍ଟି ଗଠନ ନିମନ୍ତେ ବାରମ୍ବାର ଚିଠି ଓ ଅଭିଯୋଗ ପରେ ୨୦୨୩ ବର୍ଷ ଡିସେମ୍ବର ୧୫ ତାରିଖରେ ବ୍ରହ୍ମପୁର ଦେବୋତ୍ତର ବିଭାଗର ଅତିରିକ୍ତ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଦେବୋତ୍ତର ଇନିସପେକ୍ଟର ଆସି ଜଗନ୍ନାଥ ମନ୍ଦିର ପରିସରରେ ବସି ନୂତନ ଟ୍ରଷ୍ଟି ଗଠନ ନିମନ୍ତେ ୧୧ ଜଣିଆ କମିଟି ଚୟନ କରି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଟ୍ରଷ୍ଟି ଭାବେ ମନୋନୀତ କରିବା ପାଇଁ କହି ଥିଲେ | ତେବେ ଗତ ମାସ ଜାନୁୟାରୀ ୨୪ ତାରିଖରେ ହୋଇ ଥିବା ନିର୍ବାଚନ ରେ ନାରାୟଣ ମହାପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଥିଲେ | ତେବେ ଆଜି ଦେବୋତର ବିଭାଗ ଅତିରିକ୍ତ କମିଶନର ବିଧିବଦ୍ଧ ଭାବେ ନୂତନ ଟ୍ରଷ୍ଟି ରୂପେ ନାରାୟଣ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି | ଏବଂ ପୂର୍ବତନ ପରିଚାଳନା ଟ୍ରଷ୍ଟି ନାରାୟଣ ମହାପାତ୍ରଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.