ସାହିପାଲା ଓ ଟାନୱାଟ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାହିପାଲା ଓ ଟାନୱାଟ ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ସାହିପଲା ପିଇଓ ପବନ ପଟେଲଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ସାହୁ, ସମିତିସଭ୍ୟା ପ୍ରମିଳା ଧରୁଆ, ସ୍ଥାନୀୟ ପିଏଚସି ଡ଼ ବିଶ୍ୱ ରଞ୍ଜନ ପ୍ରଧାନ, ସମାଜସେବୀ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ପ୍ରାତପ ମେଲୋଡି ଗ୍ରୁପ ଦ୍ୱାରା କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇ ଥିଲା | ସେହିପରି ଟାନୱାଟ ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ପିଇଓ ପବିତ୍ର ମୋହନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ବରିଷ୍ଠ ସମାଜସେବୀ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ବିହାରୀ ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ଜୟରାମ ସତନାମୀ , ସମିତି ସଭ୍ୟା ରେଖା ଜାଲ , ନାୟକ ସରପଞ୍ଚ ଲଳିତା ଶବର ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ତେବେ ଜିପିଡିଓ କ୍ଷିତିସୁତା ବାଗ, କାଦୋମେରୀ ପିଇଓ ଡିକେନ୍ଦ୍ର ମାଝୀ, କୋଦୋମେରୀ ପିଇଓ ପରିତୋଷ ମିଶ୍ର, ଜିଆଇଏସ ଗୀତେଶ୍ବରୀ ଶବର, ସିନିଅର ରେଭନୟୁ ଆସିଷ୍ଟାଣ୍ଟ ମିନାକ୍ଷୀ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଶେଷ ଭାବେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ଓ ଟାନୱାଟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.