ନୂଆପଡ଼ା ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

୨୬.୬ କୋଟିର ଉନ୍ନୟନମୂଳକ କାର୍ଯ୍ୟର କଲେ ଶିଳାନ୍ୟାସ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ଗସ୍ତରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆସିଥିଲେ। ପୂର୍ବାହ୍ନରେ ସେ ଭୁବନେଶ୍ୱରରୁ ବାହାରି ସଦର ବ୍ଲକ କୁଲିହାବନ୍ଧାଠାରେ ପହଞ୍ଚିଥିଲେ। ସେଠାରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । କୁଲିହାବନ୍ଧାରୁ ନୂଆପଡ଼ା ସଂଯୋଗ ରାସ୍ତାର ପ୍ରଶସ୍ତକରଣ ଓ ଉନ୍ନତିକରଣ ପାଇଁ ୨୫ କୋଟି ବ୍ୟାୟରେ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। କୁଲିହାବନ୍ଧା ମିନିଷ୍ଟାଡିୟମ ୩୦ ଲକ୍ଷ ଟଙ୍କା , ଗ୍ରାମୀଣ ହାଟ, ଅମୃତ ସରୋବର ଟ୍ୟାଙ୍କ ପୁନରୁଦ୍ଧାର ପାଇଁ ୨୫ ଲକ୍ଷ ଟଙ୍କା, ଧନୋରା ଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡେ ସମାଜ ଭବନ ୫ ଲକ୍ଷ ଟଙ୍କା, ପରକୋଡ଼ରେ ମିନିଷ୍ଟାଡିୟମ ପାଇଁ ୩୦ ଲକ୍ଷ ଟଙ୍କା, ଭୋଥା ଜଗନ୍ନାଥ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କାର ନିର୍ମାଣ କାମର ଭୂମିପୂଜନ କରିଥିଲେ। ନୂଆପଡ଼ା ବ୍ଳକ ଅଧ୍ଯକ୍ଷା ତାରେଶ୍ଵରୀ ସାହୁ, ବିଡିଓ ବିପିନ ଦୀପ, ସମିତି ସଭ୍ୟ ସଭାପତି ନୀଲକମଲ ଚନ୍ଦ୍ରକାର, କୁଲିହାବନ୍ଧା ସରପଞ୍ଚ ସନ୍ତରାମ ପାଣ୍ଡେ, ସମିତି କେଶରୀ ମାଝି, ଭାନପୁର ସରପଞ୍ଚ ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମଧ୍ୟାହ୍ନରେ କୁଲିହାବନ୍ଧାରୁ ଆମାନାରାଗାଁକୁ ଗସ୍ତ କରିଥିଲେ। ଆମାନାରାରେ ୩୦ ଲକ୍ଷ ଟଙ୍କାର ମିନିଷ୍ଟାଡିୟମରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ। ନୂଆପଡ଼ା ବ୍ଳକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ଢୋଲକିଆ ମୁଖ୍ୟଅତିଥି, ବିଧାୟକ ପ୍ରତିନିଧ ଜୟ ଢୋଲକିଆ, ଆମାନାରା ସରପଞ୍ଚ ଗଙ୍ଗେଶ୍ଵରୀ ସିହ୍ନା, ସମିତିସଭ୍ୟ ନୂତନ ନାଏକ, ଚୁଲାଭାଟ ସରପଞ୍ଚ ଚମ୍ପାବାଇ ଠାକୁର, ସମିତି ସଭ୍ୟ ଭର୍ବସୀ ସାହୁ, କେନ୍ଦୁବାହାରା ସରପଞ୍ଚ ଜାନକୀ ମାଝି, ଡୁମେରପାଣି ସମିତି ତୁରନସିଂ ମାଝି, ବିଜେଡି ଜିଲ୍ଲା ସମ୍ପାଦକ ରବି ବାଗ, ଯୁବନେତା ସନ୍ଦେସ ଢୋଲକିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସାମାଜିକକର୍ମୀ ଚନ୍ଦ୍ରକାନ୍ତ ଠାକୁର ଓ ବିଜେଡି ଉପସଭାପତି ଧନୀରାମ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅପରାହ୍ନରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା କୋମନା ବ୍ଲକ ତରବୋଡ଼ ମିନିଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଥିଲେ ଏବଂ ତରବୋଡ଼ ଠାରେ ଅନୁଷ୍ଠିତ ଆମ ଓଡ଼ିଆ ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଖରିଆର ରୋଡକୁ ଫେରିଆସିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.