ଅସୁରଗଡ ଉତ୍ସବ-୨୦୨୪ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):‌ ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ କିମ୍ବଦନ୍ତ ସ୍ଥଳି ଅସୁରଗଡରେ ପ୍ରଥମ କରି ଆୟୋଜକ ମଣ୍ଡଳୀଙ୍କ ନେତୃତ୍ୱରେ ଅସୁରଗଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅସୁରଗଡ ଉତ୍ସବ କମିଟିର ସଭାପତି ଭରତ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାଁ ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟର ପିତାମ୍ବର ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ  ଐତିହାସିକ ଅସୁରଗଡର ସଭ୍ୟତା ଓ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମାଜସେବୀ ତଥା ଯୁବ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପି ତଥା ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସର୍ବେଶ୍ୱର ଭୋଇ, ରାଜ୍ୟ ଡ୍ରଗ୍ସ ଏସୋସିଏସନର ସମ୍ପାଦକ ନିକୁଞ୍ଜ ଦତ୍ତା, ଆଉ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଞ୍ଚଳର ୮ ଜଣ ଗଉଁତିଆ ମଞ୍ଚାସୀନ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଅନ୍ୟତମ ବକ୍ତା ଭାବରେ ବଙ୍କିମ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ରହି ଅସୁରଗଡର ପ୍ରାଚୀନ ସଭ୍ୟତା, ସଂସ୍କୁତି ଓ ବର୍ତ୍ତମାନର ସ୍ଥିତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସକାଳ ୯ ଘଣ୍ଟା ସମୟରେ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୨ ଘଣ୍ଟା ସମୟରେ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ୫ ଘଣ୍ଟା ସମୟରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓ ଅସୁରଗଡ ଗ୍ରାମର ବହୁ ପ୍ରସିଦ୍ଧ ରାମଲୀଳା ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ତୁଷାରକାନ୍ତ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଉପସଭାପତି ଶଙ୍କର ବାହୁକ, କୋଷାଧ୍ୟକ୍ଷ ଗୋପାଳଚନ୍ଦ୍ର ଛୁରିଆ, ସମ୍ପାଦକ ଭୁତେଶ୍ୱର ନାଏକ, କାର୍ଯ୍ୟନିର୍ବାହୀ ସଦସ୍ୟ ସର୍ବେଶ୍ୱର ଭୋଇଙ୍କ ସମେତ ୫ ଜଣ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅସୁରଗଡ ଭାରତର ପ୍ରତ୍ନତାତ୍ବିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ପ୍ରତ୍ନତତ୍ୱ ବିଭାଗ ତରଫରୁ କିମ୍ବଦନ୍ତୀ ସ୍ଥଳ ଅସୁରଗଡ ଖନନ କାର୍ଯ୍ୟ ଅଦ୍ୟାବଧି ଜାରି ରହିଛି । କୁଶାଣ କାଳ ଶାସନ ସମୟର ସଭ୍ୟତାର ପ୍ରତୀକ ସେସମୟର ପ୍ରାଚୀନ ବାସଭବନ, ଅଳଙ୍କାର, ଗୃହପୋକରଣ ସାମଗ୍ରୀ ସବୁ ଉଦ୍ଧାର ମଧ୍ୟ ହୋଇଛି । ହେଲେ ଏତେ ପ୍ରସିଦ୍ଧ ଓ ଚର୍ଚ୍ଚିତ ଅସୁରଗଡ ବିଭାଗ ତରଫରୁ ଅଦ୍ୟାବଧି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ପାରିନାହିଁ । ପ୍ରଥମ ଥର ପାଇଁ ଗ୍ରାମବାସୀଙ୍କ ଉଦ୍ୟୋଗ କ୍ରମେ ମାଣ୍ଡେଲ ଗ୍ରାମ ପଞ୍ଚାୟତବାସୀଙ୍କ ସହଯୋଗରେ ଅସୁରଗଡ ଉତ୍ସବ-୨୦୨୪ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହୋଇଥିବାରୁ ଆୟୋଜକ କମିଟି ଅଞ୍ଚଳବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.