ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ବିଇଓ ଏବଂ ଶ୍ରେଷ୍ଠ ବିଦ୍ୟାଳୟ କୁଲିଆବନ୍ଧାକୁ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୁଲିଆବନ୍ଧା ଗ୍ରାମରେ ବରିଷ୍ଠ ବ୍ୟକ୍ତିତ୍ବ ଲୋହିତ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ନୂଆପଡା ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଏବଂ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାରପ୍ରାପ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଲିଆବନ୍ଧାର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ଶବର, ଲିଲାବାଇ ଶବର,ସମୀର କୁମାର ବେହେରା, ନାନ୍ତା ମାଝୀ, ଗୁଣସାଗର ଭୋଇ, ରବିଶଙ୍କର ଭୋଇ, କିଶୋର କୁମାର ପରିଡା ଓ ଛବିଳ କୁମାର ନିଆଲ ପ୍ରମୁଖଙ୍କୁ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିନିଧି, ଭଦ୍ରବ୍ୟକ୍ତି ଏଵଂ ମାସନକୁଣ୍ଡା ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଆକର୍ଷଣ ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଉପସ୍ଥିତ ରହି କାର୍ଯକ୍ରମର ଶୋଭା ବର୍ଦ୍ଧିତ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି ଓ ଚୈତ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ତତ୍ଵବଧାନରେ ଶ୍ରେଷ୍ଠ ବିଦ୍ୟାଳୟ, ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଶ୍ରେଷ୍ଠ ଗୋଷ୍ଠୀ କାର୍ଯ୍ୟାଳୟକୁ ମନୋନୀତ କରିବା ନିମନ୍ତେ ନିର୍ଦ୍ଦେଶ ଥିଲା । ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ ଦଶଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ହେମସାଗର ମହାନନ୍ଦ ମହୋଦୟ ଏବଂ ରାଜ୍ୟର ଶ୍ରେଷ୍ଠ ୫୦ ଟି ବିଦ୍ୟାଳୟ ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଲିଅବନ୍ଧା ପୁରସ୍କୃତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମାଜସେବୀ ହିରାଲଲ ପଟେଲ, ସ୍ଥାନୀୟ ସରପଞ୍ଚ ସନ୍ତରାମ ପାଣ୍ଡେ, ଶିକ୍ଷାବିତ ଦେଓସିଂ ପଟେଲ, ଶିକ୍ଷକ କିଶୋର ପରିଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସେବକ ରାମ ପଟେଲ, ଭଦ୍ରବ୍ୟକ୍ତି ସଂକିରତନ ଶବର, ଥାନସିଂ ଠାକୁର, ଖେଦୁ ରାମ କେଉଟ, ଡ଼ାକେଶ୍ଵର ଶବର, ରାମଖିଲାସ ଗଉଡ, ଗ୍ରାମର ଯୁବଗୋଷ୍ଠୀ ଏଵଂ ଜନମଙ୍ଗଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଲ୍ୟ ମଣ୍ଡିତ କରିଥିଲା। ପରିଶେଷରେ ମଶାନକୁଣ୍ଡା ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମାଝୀ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଆଦେଶ କ୍ରମେ ସଭାସାଙ୍ଗ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.