ଚତୁର୍ଥ ଦିନରେ ଦୋରାପଦର ମା ଧରଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମର ମା ଧରଣୀ କ୍ଲବ ଆନୁକୁଲ୍ୟରେ ଗତ ୧୧/୨ ରୁ ଚାଲି ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଆସନ୍ତା ୧୮/୨ ରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଉଦଘାଟନୀ ଦିବସର ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଚିତ୍ତରଂଜନ ମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଉଦଘାଟନୀ ମ୍ୟାଚ ଶଙ୍କରମାଲ ଓ ବୁଢିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜି ବୁଧବାର ଚତୁର୍ଥ ଦିବସ ମ୍ୟାଚ ନାର୍ଲା ବ୍ଲକର ପଟାଙ୍ଗପଡା ଓ ଲାଞ୍ଜିଗଡ ବ୍ଲକର କାଠସମା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥଲା। ପଟାଙ୍ଗପଡା ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୧୬୬ ରନ କରିଥିବା ବେଳେ କାଠସମା ଏକାଦଶ ସମସ୍ତ ୱିକେଟ ହରାଇ ୧୨୮ ରନ କରିଥିଲେ। ଆୟୋଜକ କ୍ଲବର ସଭାପତି ମୀନ କେତନ ମାଝୀ ଓ ସଂପାଦକ କ୍ଷିତିଶ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଜିତୁ ମାଝୀ ଓ ମୀନ କେତନ ମାଝୀ ଆମ୍ପାୟର ଭାବରେ ଆଜିର ମ୍ୟାଚ ପରିଚାଳନା କରିଥିଲେ। ସୁଧିର ମାଝୀ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆଶିଷ ପଧାନ ସ୍କୋର ବୋର୍ଡ ଦାୟୀତ୍ବ ତୁଲାଇ ଥିଲେ। ଆଜିର ମ୍ୟାଚରେ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲକ ତଥା ବ୍ଲକ ବାହାରୁ ସମୁଦାୟ ୧୬ ଗୋଟି ଦଳ ଯୋଗଦାନ କରିଥିବା ଜଣାପଡ଼ିଛି। ଆସନ୍ତା ୧୮/୨ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଚାମ୍ପିଅନ ଟିମ କୁ ଟ୍ରଫି ସହ ୧୨,୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୮,୦୦୦ ଟଙ୍କା ପୁରସ୍କାର ରହିଥିବା ଜଣା ପଡ଼ିଛି। କ୍ଲବର ସଦସ୍ୟ ଭୋଲା, ଗୋବିନ୍ଦ, ଆକାଶ, କ୍ଷିଟିଶ ରାଜା ଜିତୁ, କେତନ, ଗିରିଶ, ହେମନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.