ମ.ରାମପୁର ପୁଲିସ ଜାରୀ କଲା ଜରୁରୀ ସୂଚନା

ସୁନା ସଫେଇ ବାହାନାରେ ସୁନା ଲୁଟ୍ ଦଳ ସକ୍ରିୟ : ଅଜଣା ବ୍ୟକ୍ତି ସୁନା ସଫେଇ ପାଇଁ ଘରକୁ ଆସିଲେ, ପୁଲିସକୁ ସୂଚନା ଦେବାକୁ ଅନୁରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପୁଲିସ୍ ତରଫରୁ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁନା ସଫେଇ ବାହାନାରେ ମ.ରାମପୁର ଅଞ୍ଚଳରେ ସୁନା ଲୁଟ୍ ର ଘଟଣା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟି ରେ ରଖି ମ.ରାମପୁର ପୁଲିସ ତରଫରୁ ସୂଚନା ଦେଇ ସାଧାରଣ ଜନତାଙ୍କୁ ସଚେତନ ରହିବାକୁ ଯାଇ ନିମ୍ନ ସୂଚନା ଉଲ୍ଲେଖ କରିଛି ।
ସମସ୍ତଙ୍କୁ ଶୁଭ ସକାଳ
ଗୁରୁତ୍ୱପୂର୍ଣ୍ଣ ସୂଚନା
କେତେ ଗୋଟି ଲୋକଙ୍କର ଟୋଲୀ ମ.ରାମପୁର ଅଞ୍ଚଳରେ ଆସ୍ଥାନ ଜମେଇ ଛନ୍ତି । ଯେଉଁ ମାନେ ଗାଁ ଗାଁ ବୁଲି ଲୋକଙ୍କୁ ସୁନା ସଫା କରି ଦେବା ଆଳ ଦେଖାଇ ଲୋକଙ୍କ ଠୁ ସୁନା ଠକି ନେଉଛନ୍ତି । ତେଣୁ ଆପଣ ମାନଙ୍କୁ ଅନୁରୋଧ ଦୟା କରି ମେସେଜଟିକୁ ସବୁଆଡେ ସେୟାର କରି ଲୋକଙ୍କୁ ସଚେତନ କରାନ୍ତୁ କି କୌଣସି ଅଜଣା ଲୋକ ସୁନା ସଫା କରିଦେବା ବାହାନାରେ ଆସିଲେ ତୁରନ୍ତ ଥାନାକୁ ଜଣାନ୍ତୁ ଏବଂ କାହା କଥାରେ ନ ପଡି ଠକାମୀ ର ଶିକାର ନ ହୁଅନ୍ତୁ । ଆଜି ଜଣେ ବ୍ୟକ୍ତିର ସୁନା ସଫା କରିଦେବା ବାହାନାରେ ପ୍ରାୟ ଦେଢ଼ ଭରି ସୁନା ନେଇ ସେମାନେ ଚମ୍ପଟ ମାରିଛନ୍ତି । ଆଉ ବି ଏମିତି ଘଟଣା ସେମାନେ ଘଟେଇ ଥାଇ ପାରନ୍ତି ବା ଘଟେଇବା ଯୋଜନାରେ ଥାଇ ପାରନ୍ତି । ଲୋକଙ୍କୁ ସଚେତନ କରାଇ ଠକାମୀ ର ଶିକାର ନ ହେବାକୁ ସନ୍ଦେଶ ପହଞ୍ଚାନ୍ତୁ ।
ଧନ୍ୟବାଦ
ମ.ରାମପୁର ପୋଲିସ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.