ରୋଗୀ କଲ୍ୟାଣ ବୈଠକର ୬ ମାସ ପରେ ମଧ୍ୟ ସୁଧୁରି ପାରୁନାହିଁ ସଇଁତଲା ଡାକ୍ତରଖାନାର ରାସ୍ତାଘାଟ ଓ ବିଦ୍ୟୁତ ସମସ୍ୟା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ବସିଥିଲା l କିନ୍ତୁ ବୈଠକର ୬ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ସମସ୍ୟା ସୁଧୁରିଲା ନାହିଁ l ଡାକ୍ତରଖାନାକୁ ଆସୁଥିବା ଲୋକେ ବିଦ୍ୟୁତ ଅଭାବ ସାଙ୍ଗକୁ ରାସ୍ତାଘାଟ ଶୋଚନୀୟ ଯୋଗୁଁ ଜଣସାଧାରଣ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ଉକ୍ତ ବୈଠକରେ ମନ୍ତ୍ରୀ ତଥା ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ଟୁକୁନୀ ସାହୁ ଙ୍କ ସମେତ ସଇଁତଲା ବିଡ଼ିଓ ବିନୟ ଭୋଇ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ସମରେନ୍ଦ୍ର ମହାପାତ୍ର, ସିଡିପିଓ ସବିତା ଦାଶ, ଏବିଇଓ ରିତାରାଣୀ ତ୍ରିପାଠୀ, ଆୟୁଷ ଡାକ୍ତର ନମିତା ବିଶି, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ ଓ ବିପିଏମ ଅମୀୟ ରାଜପଲିଆ ସେହି ସମୟରେ ଉପସ୍ଥିତ ଥିଲେ l ଏଥିରେ ଡା. ସମରେନ୍ଦ୍ର ମହାପାତ୍ର ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ପ୍ରସ୍ତାବ ରଖି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିରେ ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ମୁଖ୍ୟ ଚିକିତ୍ସାଧିକାରୀ, ଶିଶୁ ବିଶେଷଜ୍ଞ, ମେଡ଼ିସିନ ବିଶେଷଜ୍ଞ ଙ୍କ ସମେତ ଡାକ୍ତର ପଦବୀ ଖାଲିପଡିଛି l ଯାହା ଫଳରେ ରୋଗୀମାନେ ଡାକ୍ତର ସମସ୍ୟା ଯୋଗୁଁ ଲୋକେ ଅଧିକ ଖର୍ଚ୍ଚାନ୍ତ ହୋଇ ବହୁ ଦୂର ଦୂରାନ୍ତ ଅଞ୍ଚଳକୁ ଯାଇ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏହି ସଇଁତଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ଛକ ଠାରୁ ଡାକ୍ତରଖାନା ପଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l ଏପରିକି ସନ୍ଧ୍ୟା ସମୟରେ ଡାକ୍ତରଖାନା ପରିସରରେ ଆଲୁଅ ଅଭାବ ଯୋଗୁଁ ଅଞ୍ଚଳ ଅନ୍ଧାର ହୋଇଥିବାରୁ ଲୋକେ ରୋଗୀ ଆଣିରେ ଅସୁବିଧାର ହେଉଥିବା ଅଭିଯୋଗ ହୋଇଥିଲା l ତେଣୁ ଲାଇଟ ଓ ରାସ୍ତାର ବ୍ୟବସ୍ଥା ତୁରନ୍ତ ଶୀଘ୍ର କରିବା ପାଇଁ ମନ୍ତ୍ରୀ ଙ୍କ ଠାରେ ଅଞ୍ଚଳବାସୀ ଦାବୀ ଉଠାଇଥିଲେ l ସେହି ସମୟରେ ମନ୍ତ୍ରୀ ଶ୍ରୀମତି ସାହୁ ଏହି ସମସ୍ୟାଗୁଡିକ ସମାଧାନ ଶୀଘ୍ର କରାଯିବ କହି ଡାକ୍ତରଖାନା ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଡାକ୍ତର ସହିତ ଆଲୋଚନା ମଧ୍ୟ କରିଥିଲେ l ଏଣୁ ଏହି ଡାକ୍ତରଖାନାର ରାସ୍ତାଘାଟ ଓ ଆଲୁଅ ବ୍ୟବସ୍ଥା ଶୀଘ୍ର କରିବା ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.