ଧର୍ମଗଡ଼ରେ ସମାଜବାଦୀ ପାର୍ଟି ଓଡିଶା ପ୍ରଭାରୀ ସୁନୀଲ ଯାଦବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏପରି ସମୟରେ ସମାଜବାଦୀ ପାର୍ଟି ଓଡିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କ କଳାହାଣ୍ଡି ଗସ୍ତ ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି। ଉତ୍ତରପ୍ରଦେଶର ପୂର୍ବତନ ଏମଏଲସି ତଥା ସମାଜବାଦୀ ପାର୍ଟିର ଓଡିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କ ସ୍ବାଗତ ପାଇଁ ଧର୍ମଗଡ଼ ରୟଲପ୍ଲେସ ଠାରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଶ୍ରୀ ଯାଦବଙ୍କୁ ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭା ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଓବିସି ମାନଙ୍କୁ ଶିକ୍ଷା, ରାଜନୀତି, ଚାକିରୀ କ୍ଷେତ୍ରରେ ୨୭%ସ୍ଥାନ ସଂରକ୍ଷଣ, ଓବିସି ଜାତିଭିତିକ ଜନଗଣନା, ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ସୁନୀଲ ସିଂ ଯାଦବ। ବର୍ତ୍ତମାନ ଓଡ଼ିଶାରେ ସମାଜବାଦୀ ପାର୍ଟି ସଂଘଠନକୁ ମଜଭୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସେ ମତ ରଖିଥିଲେ। ଏହି ସମ୍ମିଳନୀରେ ସମାଜବାଦୀ ପାର୍ଟି ନେତା ଶିବ ହାତୀ, ଧନୁ ଗୋପାଳ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଳ, ଜିଲ୍ଲା ଯାଦବ ମହାସଭା ଉପସଭାପତି ଅରୁପାନନ୍ଦ ନାଗ, ଧର୍ମଗଡ଼ ଉପଖଣ୍ଡ ଯାଦବ ମହାସଭା ସଂପାଦକ ଡାକେଶ୍ୱର ଲହଜଳ, ଯୁବ ଯାଦବ ଧର୍ମଗଡ଼ ବ୍ଲକ ସଭାପତି ଲବଣି ଯାଦବ, ଧର୍ମଗଡ଼ ବ୍ଲକ ଯାଦବ ମହାସଭା ଉପସଭାପତି ପ୍ରମୋଦ ହଂସକୃପା ଚଣ୍ଡି, ଜୁନାଗଡ଼ ବ୍ଲକ ଯାଦବ ସମିତି ସଭାପତି ପ୍ରେମାନନ୍ଦ ଘି ପ୍ରମୁଖଙ୍କ ସହ ଅନେକ ଯାଦବ ଏଥିରେ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.