କଳାହାଣ୍ଡି ଜିଲ୍ଲା ଭାଜପା ଉପ ସଭାପତି ପ୍ରଶାନ୍ତ ସାହୁ ବାଣ୍ଟିଲେ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ରିପୋର୍ଟ କାର୍ଡ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ପଞ୍ଚାୟତ ବସ୍ତିକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ସିଧାସଳଖ କିଶାନ ସମୃଦ୍ଧି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଆହୁରି ପାଞ୍ଚ ବର୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଭଳି ରିପୋର୍ଟ କାର୍ଡ ବାଣ୍ଟିଛନ୍ତି କଳାହାଣ୍ଡି ଜିଲ୍ଲା ଭାଜପାର ଉପ ସଭାପତି ପ୍ରଶାନ୍ତ କୁମାର ସାହୁ। ସେ ଘର ଘର ବୁଲି ପ୍ରତ୍ୟେକ ପରିବାରକୁ ମୋଦି ସରକାରଙ୍କ ଯୋଜନା କାର୍ଡ ଦେଇ ଆଗାମୀ ନିର୍ବାଚନରେ ଡଵଳ ଇଞ୍ଜିନ ସରକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଆୟୋଜିତ ଜନସଂପର୍କ ପଦଯାତ୍ରାର ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାର୍ଥି ଯୋଗ ଦେଇଥିବାବେଳେ ଯୋରାଡଵରା ମଣ୍ଡଳ ସଭାପତି ଦଶରଥ ସାହୁ, କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ, ଓଵିସି ମୋର୍ଚ୍ଚା ସଭାପତି ଶିଶିର ସାହୁ, ସାଧାରଣ ସଂପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ସଂପାଦକ ବିଘ୍ନରାଜ ସାହୁ, ଖିଲାଧର ସାହୁ, ଯୁବମୋର୍ଚ୍ଚା ସଭାପତି ନବୀନ ସାହୁ, ଧରଣୀ ସାହୁ, ମଣ୍ଟୁ ସାହୁ ପ୍ରମୁଖ ଯୋଗଦେଇ କାର୍ଡ ବାଣ୍ଟିବାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.