ଚୋରୀ ପାଇପ ଉଦ୍ଧାର, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ଘୁନସର ଗାଁରେ ଜଣେ ଚାଷୀଙ୍କ ଚାଷ ଜମିରୁ ଚୋରୀ କରିଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ୧୭ରେ ସଇଁତଲା ଥାନା ଠାରେ ଲିଖିତ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜାରି ରଖିଥିଲା। ଗିରଫ ଅଭିଯୁକ୍ତ ତ୍ରିଲୋଚନ ସାହୁ (୩୮) ଗ୍ରାମ ଘୁନସର ବୋଲି ଜଣାପଡିଛି। ପ୍ରକାଶ ଯେ, ଏହି ଘୁନସର ଗାଁର ପୂର୍ଣ୍ଣ ଚନ୍ଦ୍ର ଗହୀର ଜଣେ ଚାଷଙ୍କ ଜମିରେ ଚାଷ କରିବା ପାଇପ ସହ ବିଭିନ୍ନ ସାମଗ୍ରୀ ରଖିଥିବା ବେଳେ ଏହାର ସୁଯୋଗ ନେଇ ଗାଁର ତ୍ରିଲୋଚନ ଚୋରୀ କରି ନେଇଥିଲା।  ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନ ପୋଲିସ ତଦନ୍ତ ଚଲାଇ ଚୋରୀ କରିଥିବା ସାମଗ୍ରୀ ସହ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ଏଥିରେ ପୋଲିସ ଛୋଟ ପାଇପ ୨, ବଡ଼ ୬ ଗୋଟି, ଡ୍ରମ ୧ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛି। ଅଭିଯୁକ୍ତ ତ୍ରିଲୋଚନଙ୍କୁ ସଇଁତଲା କୋର୍ଟ ପରେ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.